ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିବା ପରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏମିତି, ନଚେତ, ହୋଇପାରେ ବଡ଼ ସମସ୍ୟା
ଖାଇବା ପିଇବା ପରି ମଣିଷ ପାଇଁ ଶାରୀରିକ ସମ୍ପର୍କ କରିବା ମଧ୍ୟ ଏକ ପ୍ରକାର ଆବଶ୍ୟକ ଅଟେ । ମଣିଷ ପାଇଁ ଏହା ଏକ ସାଧାରଣ କଥା ହୋଇଥିବା ବେଳେ କିନ୍ତୁ କିଛି ଲୋକେ ଏଥିରେ ସମସ୍ୟାର ସାମ୍ନା କରିଥାନ୍ତି । ପ୍ରକୃତରେ ଯଦି ଆପଣ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଛନ୍ତି ତେବେ କିଛି ବିଷୟ ଉପରେ ଖାସ୍ ଧ୍ୟାନ ଦେବା ଜରୁରୀ ଅଟେ ।
୧. ଶାରୀରିକ ସମ୍ପର୍କ କରିବା ପୂର୍ବରୁ ପୁରୁଷ ହୁଅନ୍ତୁ ଅଥବା ମହିଳା ନିଜର ଯୌନାଙ୍ଗକୁ ଭଲ ଭାବରେ ସଫା କରିବା ନିତ୍ୟାନ୍ତ ଜରୁରୀ ଅଟେ ।
୨. ସେହିଭଳି ଭାବରେ ଚୁମ୍ବନ କରୁଥିଲେ, ଏହା ପୂର୍ବରୁ ଭଲ ଭାବରେ ଦାନ୍ତ ଘଷିବା ମଧ୍ୟ ଜରୁରୀ ଅଟେ । ଏହା ଦ୍ୱାରା ଆପଣଙ୍କୁ ଫ୍ରେସ୍ ଲାଗିବା ସହିତ ପାର୍ଟନର୍ କୁ ମଧ୍ୟ ଭଲ ଲାଗିବ ।
୩. ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ କରୁଥିଲେ ଏଡ଼ସ୍ ପାଇଁ ପରୀକ୍ଷା କରାଇ ନିଅନ୍ତୁ । ଶାରୀରିକ ସମ୍ପର୍କ ରଖିବା ବେଳେ କଣ୍ଡୋମ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।
୪. ଶାରୀରିକ ସମ୍ପର୍କ କରିବା ପୂର୍ବରୁ ଏବଂ ପରେ ପରିସ୍ରା ଯିବାକୁ ଭୁଲନ୍ତୁ ନାହିଁ । ଖାସ୍ କରି ମହିଳାମାନଙ୍କ ପାଇଁ ଏହା ଅନିର୍ବାର୍ଯ୍ୟ ଅଟେ । ଶାରୀରିକ ସମ୍ପର୍କ କରିବା ପରେ ଯୌନାଙ୍ଗକୁ ଭଲ ଭାବରେ ସଫା କରିବା ସହିତ ଗାଧୋଇବା ଉଚିତ ।