ସ୍ତ୍ରୀମାନେ ସକାଳୁ ଉଠିବା ମାତ୍ରେ ସ୍ଵାମୀଙ୍କ ସହିତ କରନ୍ତୁ ଏହି କାମ, ଭାଗ୍ୟ ଏମିତି ଚମକିବ କି ଆପଣ କେବେ ଭାବି ବି ନଥିବେ
କୁହଯାଏ କି ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ସାତ ଜନ୍ମର ହୋଇଥାଏ । କିନ୍ତୁ ଆଜିର ଦୁନିଆରେ ଏହି ଯୋଡ଼ି ଯଦି ଗୋଟିଏ ଜନ୍ମ ଏକାଠି ଭଲ ରେ ବିତାଇ ଦେଲେ ତାହାଲେ ବହୁତ ବଡ଼ କଥା ଅଟେ । ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଭଲ ହେବ କି ଖରାପ ଏଥିରେ ଆଖ ପାଖର ଏନର୍ଜି ମୁଖ୍ୟ ଭୂମିକା ରଖିଥାଏ । ଆପଣଙ୍କୁ ସର୍ବଦା ଚେଷ୍ଟା କରିବା ଦରକାର କି ଆପଣଙ୍କ ଆଖ ପାଖରେ ସକରାତ୍ମକ ଏନର୍ଜି ରହିବା ଦରକାର ଓ ନକରାତ୍ମକ ଏନର୍ଜିକୁ ପାଖରେ ପୁରାଇ ଦେବା ଉଚିତ ନୁହେଁ । କୌଣସି ଦିନକୁ ସଫଳ କରିବା ପାଇଁ ସକାଳ ସମୟ ବହୁତ ମହତ୍ତ୍ଵ ରଖିଥାଏ ।
ସକାଳୁ ସକାଳୁ ସ୍ୱାମୀଙ୍କ ସହିତ କରନ୍ତୁ ଏହି କାମ
ଶାସ୍ତ୍ର ଅନୁସାରେ ସକାଳୁ ଉଠି ମହିଳାମାନେ ତାଙ୍କ ସ୍ୱାମୀଙ୍କ ସହିତ ଏହି ଖାସ କାମ କରିବା ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ଭଲ ରୁହେ ଓ ଏହା ସହିତ ଭାଗ୍ୟ ଉଜ୍ୱଳ ହୋଇଥାଏ ।
ଯୋଗ
ସକାଳୁ ଆପଣ ସ୍ୱାମୀଙ୍କ ସହିତ ଯୋଗ କରିବା ଦ୍ୱାରା ଆପଣ ଫିଟ ରହିବେ ଓ ତା ସହିତ ଆପଣଙ୍କ ମାଇଣ୍ଡ ଶାନ୍ତ ଓ ସକରାତ୍ମକ ରହିଥାଏ । ଏହାଦ୍ଵାରା ସେମାନଙ୍କ ଭିତରେ ଝଗଡ଼ା ହୋଇ ନଥଏ ।
ପ୍ରେମ
ଦିନର ଆରମ୍ଭ ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ରୁ ଆରମ୍ଭ ହୁଏ ତା ହେଲେ ସେମାନଙ୍କ ମନ ଫ୍ରେସ୍ ରହିଥାଏ । ଦିନସାରା ଆପଣଙ୍କ ଭିତରେ ଉତ୍ସାହ ଓ ଉଦ୍ଦୀପନା ଭରି ରହିଥାଏ । ଆପଣ ଆପଣଙ୍କ କାମକୁ ଅତିରିକ୍ତ ଉର୍ଜା ସହିତ କରିଥାନ୍ତି ।
ଭଗବାନଙ୍କ ପ୍ରତି ଭକ୍ତି
ସକାଳୁ ସକାଳୁ ଭଗବାନଙ୍କ ଶରଣ ନେବାଦ୍ୱାରା ଦିନର ଆରମ୍ଭ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଶରୀରରେ ସକାରାତ୍ମକ ଉର୍ଜାର ପ୍ରବାହ ହୋଇଥାଏ । ଏଥିପାଇଁ ସ୍ୱାମୀଙ୍କ ସହିତ ପୂଜା କରିବା ବା ଭଗବାନ ଙ୍କ ପାଖରେ ନତମସ୍ତକ ହେବା ଦ୍ଵାରା ଦିନଟି ଭଲରେ କଟିଥାଏ ।
ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ
ସୂର୍ଯ୍ୟୋଦୟ ପୂର୍ବରୁ ଆପଣଙ୍କୁ ସ୍ନାନ କରିନେବା ଉଚିତ୍ ଅଟେ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣଙ୍କ ଘରେ ଦାରିଦ୍ୟତା ପ୍ରବେଶ କରିପାରେ ନାହିଁ । ଏଥିପାଇଁ ଆପଣ ଓ ଆପଣଙ୍କ ସ୍ୱାମୀଙ୍କୁ ସକାଳୁ ସକାଳୁ ସ୍ନାନ କରିନେବା ଉଚିତ୍ ଅଟେ ।
ସୂର୍ଯ୍ୟ ଦର୍ଶନ
ସକାଳୁ ସକାଳୁ ସୂର୍ଯ୍ୟୋଦୟ ର କିରଣ ପ୍ରଭାବଶାଳୀ ହୋଇଥାଏ । ଏହି କିରଣ ରେ ଭିଟାମିନ୍ ଡି ଓ ସକାରାତ୍ମକ ଉର୍ଜା ଭରି ହୋଇ ଥାଏ । ଏହାର ଅନେକ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଲାଭ ମିଲିଥାଏ ।
ତୁଳସୀଙ୍କୁ ଜଳ ଅର୍ପଣ କରିବା
ସକାଳୁ ସକାଳୁ ସ୍ନାନ କରି ସ୍ୱାମୀ ସ୍ତ୍ରୀ ଉଭୟ ମିଶି ତୁଳସୀ ମାତା ଙ୍କୁ ଜଳ ଦେଲେ ସେମାନଙ୍କ ଯୋଡ଼ି ବର୍ଷ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ । ବୈବାହିକ ଜୀବନରେ କେବେ କୌଣସି ସମସ୍ୟା ଆସି ନଥାଏ ।