ରାଜ୍ୟ

୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର, ଉପକୃତ ହେବେ ୪୩ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର ସ୍କୁଲପିଲାଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ଏକ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୮ ଟଙ୍କା ୮୨ ପଇସା ଦୈନିକ ପଡ଼ି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି।

ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଲକ୍ଷ ବିଦ୍ୟାର୍ଥୀ ପାଉଛନ୍ତି ମଧ୍ୟାହ୍ନ ଭୋଜନ। ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ଯୋଗ ଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ମଧ୍ୟାହ୍ନଭୋଜନ ଖର୍ଚ୍ଚ ବଢାଯିବା ପରେ ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ବଢ଼ୁଥିବା ପ୍ରାୟ ୪୩ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ । ଏବେ ପ୍ରତ୍ୟେକ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ ୫.୯୦ଟଙ୍କା ଓ ଉଚ୍ଚପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୮.୮୨ଟଙ୍କା ଦେଉଛନ୍ତି । ବଜାର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମଧ୍ୟାହ୍ନଭୋଜନ ଖର୍ଚ୍ଚରେ ୧ ଟଙ୍କା ବୃଦ୍ଧି କରିଛନ୍ତି ।

ସେହିପରି ଆଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିପାରିବେ ଓ ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button