ଜ୍ୟୋତିଷ

ସକାଳୁ ସକାଳୁ ଖାଲି ପେଟରେ କରନ୍ତୁ ନାହିଁ ଏହି ୪ ଗୋଟି କାର୍ଯ୍ୟ, ଶରୀର ପାଇଁ ହୋଇଥାଏ ବଡ କ୍ଷତି

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମଣିଷ ନିଜର ଖାଦ୍ୟପେୟ ଓ ଜୀବନଶୈଳୀକୁ ବିଗାଡି ରଖିଛନ୍ତି। ତେଣୁ ସୁସ୍ଥ ଶରୀର ପାଇଁ ଆପଣଙ୍କୁ ସଠିକ ସମୟରେ ଖାଦ୍ୟ ସେବନ କରିବା ଓ ସଠିକ ସମୟରେ ଶୋଇବା ନିହାତି ଜରୁରୀ ଅଟେ।

ପ୍ରଥମତଃ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିକାଂଶ ଲୋକେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସକାଳର ଜଳଖିଆ କରି ନଥାନ୍ତି। କିନ୍ତୁ ଏପରି କରିବା ଶରୀର ପାଇଁ ବହୁତ ହାନିକାରକ ଅଟେ। ସକାଳୁ କେବେବି ଖାଲି ପେଟରେ ରହିବା ଉଚିତ ନୁହେଁ। ଯଦି ଆପଣ ସକାଳୁ ଖାଲି ପେଟରେ ଏହି ୪ଟି କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣ ଖୁବ୍ ଶୀଘ୍ର ଅସୁସ୍ଥ ହୋଇଯିବେ, ତେଣୁ ଆସନ୍ତୁ ସେହି କାର୍ଯ୍ୟ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଖାଲି ପେଟରେ ମଦ ପିଅନ୍ତୁ ନାହିଁ : –
ଖାଲି ପେଟ ରହିବା ସମୟରେ ଖାଦ୍ୟ ନଖାଇ କେବେବି ମଦର ସେବନ କରିବା ଉଚିତ ନୁହେଁ। କାରଣ ଏହାର ସେବନ କରିବା ଦ୍ୱାରା ସିଧାସଳଖ ବ୍ଲଡ଼ ଷ୍ଟ୍ରିମକୁ ଯାଇଥାଏ।ଏହାଦ୍ଵାରା ଆପଣଙ୍କ ଶରୀରର କିଡନୀ, ଲିଭର, ଫୁସଫୁସ ଓ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ।ଆପଣ ଖୁବ୍ ଶୀଘ୍ର ଅସୁସ୍ଥ ହେବାର ସଂକେତ ଦେଇଥାଏ।

୨/ ଖାଲି ପେଟରେ କ୍ରୋଧ କରନ୍ତୁ ନାହିଁ :-
କେବେବି ସକାଳୁ ଖାଲି ପେଟରେ ରହି କ୍ରୋଧ କରନ୍ତୁ ନାହିଁ।ଯଦି ଆପଣଙ୍କୁ ଭୋକ ହେବା ସମୟରେ ଆପଣ କ୍ରୋଧ କରନ୍ତି, ତାହେଲେ ଆପଣଙ୍କର ବ୍ଲଡ଼ ସୁଗାର ସ୍ତର ନିୟନ୍ତ୍ରଣ ବିଗିଡି ଯାଇଥାଏ।ଯଦି ସକାଳୁ ଆପଣ ଜଳଖିଆ ସେବନ କରନ୍ତି, ତାହେଲେ ଆପଣଙ୍କ ରାଗ କମ୍ ହୋଇଯିବ। ତେଣୁ ସର୍ବଦା ସକାଳର ଜଳଖିଆ ସେବନ କରନ୍ତୁ।

୩/ ସକାଳୁ ଖାଲି ପେଟରେ କଫି ପିଅନ୍ତୁ ନାହିଁ :-
ଯଦି ଆପଣ ସକାଳୁ ଖାଲି ପେଟରେ କଫି ପିଅନ୍ତି, ତାହେଲେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଅଟେ।କାରଣ କଫିରେ କ୍ୟାଫିନ ପ୍ରଚୁର ପରିମାଣରେ ରହିଥାଏ, ଏହା ଆପଣଙ୍କ ପେଟକୁ ଯାଇ ହାଇଡ୍ରୋକ୍ଳରିକ ଏସିଡ ବୃଦ୍ଧି କରିଥାଏ। ତେଣୁ ସକାଳେ ଖାଲିପେଟରେ କେବେ ମଧ୍ୟ କଫି ସେବନ କରିବା ଉଚିତ ନୁହେଁ।

୪/ ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ :-
ଆପଣ ସକାଳୁ ଖାଲି ପେଟରେ ଯଦି ଆପଣ ଚୁଇଁଗମ ଚୋବାଉଛନ୍ତି, ତାହେଲେ ଏହା ପ୍ରାକୃତିକ କାରଣରୁ ପେଟରେ ହଜମ ଏଞ୍ଜାଇମ ସୃଷ୍ଟି କରିଥାଏ। ଯାହାଫଳରେ ଖାଦ୍ୟ ନପାଇ ପେଟରେ ଏସିଡ ସୃଷ୍ଟି ହୋଇ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଭୂଲ କରନ୍ତୁ ନାହିଁ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button