ଜ୍ୟୋତିଷ

ଜଣେ ପ୍ରତିବ୍ରତା ନାରୀ କିପରି ହୋଇଥାନ୍ତି ? ଭଗବାନ ବିଷ୍ଣୁ ବର୍ଣ୍ଣନା କଲେ ପତିବ୍ରତା କଥା…

ଥରେ ମୁନି ନାରଦ ଭଗବାନ ବିଷ୍ଣୁଙ୍କୁ ପତିବ୍ରତା ସ୍ତ୍ରୀଙ୍କ ବିଷୟରେ ଲକ୍ଷଣ ପଚାରିଲେ ଯାହାର ଉତ୍ତରରେ ପତିବ୍ରତା ସ୍ତ୍ରୀଙ୍କର ତିନୋଟି ଲକ୍ଷଣ କହିଥିଲେ । ଏହି ତିନୋଟି ଲକ୍ଷଣ ଥିବା ସ୍ତ୍ରୀର ବଂଶ ଶୁଦ୍ଧ ହୋଇଥାଏ ଏବଂ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ସେହି ପରିବାରର ଲୋକଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଏହା କହି ଭଗବାନ ବିଷ୍ଣୁ ଏବଂ ପବିତ୍ର କଥା ଶୁଣାଇଛନ୍ତି ଯାହାକୁ ବ୍ୟକ୍ତି ଶୁଣିଲେ ସବୁ ପାପ ନଷ୍ଟ ହୋଇଯିବ । ପ୍ରାଚୀନ କାଳରେ ମଧ୍ୟଦେଶରେ ଏକ ଶୋଭାୟମାନ ନଗରୀରେ ଜଣେ ଶୈପ୍ୟା ନାମକ ଜଣେ ପତିବ୍ରତା ବ୍ରାହ୍ମଣୀ ଥିଲେ । ଶୈପ୍ୟାର ସ୍ୱାମୀ ନିଜର ପୂର୍ବ ଜନ୍ମର ପାପ କାରଣରୁ ଶରୀରରେ ଅନେକ କ୍ଷତ ହୋଇଥିଲା ଏବଂ ସେଥିରୁ ରକ୍ତ ବୋହୁଥିଲା । ନିଜ ସ୍ୱାମୀର ଏଭଳି ଅବସ୍ଥା ସତ୍ତ୍ୱେବି ସ୍ତ୍ରୀ ତାଙ୍କ ସାଥ ଛାଡ଼ି ନଥିଲେ ଏବଂ ନିର୍ମଳ ମନରେ ତାଙ୍କର ସେବା କରୁଥିଲେ ।

ଥରେ ଶୈପ୍ୟାଙ୍କ ସ୍ୱାମୀ ବାହାରେ ଶୋଇଥିବା ସମୟରେ ଜଣେ ଅତି ସୁନ୍ଦରୀ ବେଶ୍ୟା ସେହି ରାସ୍ତା ଦେଇ ଯାଉଥିବା ସମୟରେ ତାର ସ୍ୱାମୀ ସେହି ବେଶ୍ୟା ପ୍ରତି କାମୁକ ହୋଇ ଦୀର୍ଘ ନିଶ୍ଵାସ ଛାଡିବାରେ ଲାଗିଲା ଏବଂ ଯେତେବେଳେ ସେହି ମହିଳା ଜଣକ ଦୂରକୁ ଚାଲିଗଲେ ସେତେବେଳେ ସେ ଦୁଃଖୀ ହୋଇଗଲା । ଏହାପରେ ଶୈପ୍ୟା ଯେତେବେଳେ ଆସି ପଚାରିଲେ ଯେ ତାଙ୍କ ସ୍ୱାମୀଙ୍କର କଣ ଆବଶ୍ୟକ ସେତେବେଳେ ସେ କହିଥିଲେ ଯେ ସେ ଯାହା ଚାହୁଁଛନ୍ତି ତାହା ଶୈପ୍ୟା ଦେଇ ପାରିବେ ନାହିଁ । ତଥାପି ଶୈପ୍ୟା ପୁଣି ପଚାରିବାରେ ଲାଗିଲେ । ଏହାପରେ ସ୍ୱାମୀ କହିଲେ ଯେ ତାଙ୍କୁ ସେହି ସୁନ୍ଦରୀ ବେଶ୍ୟା ଦରକାର ଯାହାଦ୍ୱାରା ସେ ଖୁସି ହେବେ । ଏହା ଶୁଣି ଶୈପ୍ୟା ଖୁବ ଦୁଃଖୀ ହୋଇ ନିଜ ସ୍ୱାମୀଙ୍କୁ ଧୌର୍ଯ୍ୟ ରଖିବାକୁ କହି ତାଙ୍କର ଆଜ୍ଞା ପାଳନ କରିବେ ବୋଲି କହିଲେ । ସେହିଦିନ ରାତିରେ ଶୈପ୍ୟା ଗୋବର ଏବଂ ଝାଡୁ ନେଇ ସେହି ବେଶ୍ୟା ଘରର ବାହାରେ ଝାଡୁ କରି ଗୋବରରେ ଲିପି ଚାଲି ଆସିଲା ।

ଏମିତି ତିନି ଦିନ କଲା । ଏହା ଦେଖି ବେଶ୍ୟା ନିଜର ସେବକ ମାନଙ୍କୁ ପଚାରିବାରେ ଲାଗିଲା ଯେ ଘରର ଅଗଣା ଏଭଳି ସୁନ୍ଦର କେମିତି ହେଲା ? ଯିଏକି ଏହି କାମ କରିଥିବେ ତାର ଇଚ୍ଛା ପୂରଣ କରିବେ ବୋଲି କହିଲେ ବେଶ୍ୟା । ଏହା ଶୁଣି ସେବକ ମାନେ କହନ୍ତି ଯେ ଏହି କାମ କେହି ତାଙ୍କ ଉଠିବା ପୂର୍ବରୁ କରି ଚାଲି ଯାଉଛି । ଯାହା ଶୁଣି ବେଶ୍ୟା ଖୁବ ଆଶ୍ଚର୍ଯ୍ୟ ହେଲେ । ଆଗାମୀ ଦିନ ବେଶ୍ୟା ରାତିରେ ଲୁଚି ଲୁଚି ନଜର ରଖି ଦେଖନ୍ତି ଯେ ଶୈପ୍ୟା ବ୍ରାହ୍ମଣୀ ଆସି ଏଭଳି କାମ କରୁଛନ୍ତି । ଏହା ଦେଖି ବେଶ୍ୟା କହନ୍ତି ଯେ ” ଦେବୀ ଆପଣ ଏହି ପାପୀ ସ୍ତ୍ରୀର ଅଗଣା ପରିଷ୍କାର କାହିଁକି କରୁଛନ୍ତି ? ” ଏହା କହି ସେ ଶୈପ୍ୟାଙ୍କ ଗୋଡ଼ ଧରିନେଲେ ଏବଂ କାରଣ ପଚାରିଲେ । ଏହାପରେ ବ୍ରାହ୍ମଣୀ ନିଜର ଇଚ୍ଛା ସେହି ବେଶ୍ୟାକୁ କହନ୍ତି । ଏହାପରେ ଶୈପ୍ୟା କହନ୍ତି ଯେ କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ନଜର ସେହି ବେଶ୍ୟାଙ୍କ ଶରୀର ଉପରେ ପଡ଼ିଥିଲା ।

ଯେଉଁ କାରଣରୁ ସେ ତାଙ୍କ ଶରୀରକୁ ପାଇବା ମୋହରେ ପଡ଼ି ଯାଇଛନ୍ତି । ଏହାପରେ ବେଶ୍ୟା ଆଶ୍ଚର୍ଯ୍ୟ ହୋଇଗଲା ଏବଂ କହିଲା ଯେ ଯଦି ସେ ତାଙ୍କ ସ୍ୱାମୀଙ୍କୁ ଗୋଟିଏ ଦିନ ପାଇଁ ତାଙ୍କ ଘରକୁ ନେଇ ଆସନ୍ତି ତେବେ ସେ ତାଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବେ । ସେହି ପତିବ୍ରତା ନାରୀ ଘରକୁ ଆସି ନିଜ ସ୍ୱାମୀଙ୍କୁ ସବୁକଥା କହିବା ସହିତ ସେହିଦିନ ରାତିରେ ସେ ନିଜ ପିଠିରେ ସ୍ୱାମୀଙ୍କୁ ବୋହି ନେଇ ସେହି ବେଶ୍ୟା ଘରକୁ ନେଇଗଲେ । ରାସ୍ତାରେ ଯାଉଥିବା ସମୟରେ ଜଣେ ରାଜା ମଣ୍ଡବ୍ୟ ଋଷିଙ୍କୁ ଚୋର ଭାବି ଶୁଳିରେ ଚଢ଼ାଇ ଦେଇଥିଲେ । କିନ୍ତୁ ଋଷି ତଥାପି ତପସ୍ୟାରେ ରତ ଥିଲେ । ଏହି ସମୟରେ ବ୍ରହ୍ମଣ ଯାଉଥିବା ସମୟରେ କ୍ଷତାକ୍ତ ଗୋଡ଼ ବାଜିବାରୁ ମଣ୍ଡବ୍ୟ ଋଷିଙ୍କ ତପସ୍ୟା ଭଙ୍ଗ ହୋଇଗଲା । ତେଣୁ ସେ କ୍ରୋଧିତ ହୋଇ ଅଭିଶାପ ଦେବାକୁ ଲାଗିଲେ ଯେ ଯେଉଁ ବ୍ୟକ୍ତି ତାଙ୍କର ତପସ୍ୟା ଭଙ୍ଗ କରିଛି ସେହି ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଭସ୍ମ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button