ଜ୍ୟୋତିଷ

ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ ତ ଏହା ପଛରେ ରହିଛି ଏହି ବଡ ରହସ୍ୟ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଆରମ୍ଭ ରେ ଏହି ବ୍ରମହାଣ୍ଡ ଶୂନ୍ୟ ଥିଲା ଏବଂ ଚାରିଆଡ଼େ କେବଳ ଅନ୍ଧକାରମୟ ଥିଲା । ଦିନେ ହଠାତ ଏକ ବିଶାଳ ଶିବଲିଙ୍ଗ ର ପ୍ରକଟ ହୋଇଥିଲା ଏବଂ ଏହାଦ୍ବାରା ସମ୍ପୂର୍ଣ୍ଣ ସଂସାର ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏହା ସହିତ ସଂସାର ରେ କିଛି ପଦାର୍ଥ ର ଆବିଷ୍କାର ହେଲା ।

ଜଳ, ଧାତୁ, ଅଗ୍ନି ଏବଂ ବାୟୁ । ଏହି କାରଣରୁ କୁହାଯାଏ ଯେ,ସଂସାର ର ସମସ୍ତ ପଦାର୍ଥ ରେ ଭଗବାନ ଶିବ ଙ୍କ ବାସ ରହିଛି । ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି । ବନ୍ଧୁଗଣ ଯେବେବି ଆପଣ ପୂଜା କରନ୍ତି ଏବଂ ଈଶ୍ୱର ଙ୍କ ଆରାଧନା କରନ୍ତି, ସେହି ସମୟରେ ଆପଣଙ୍କ ଅନ୍ତର ଆତ୍ମା ଈଶ୍ୱର ଙ୍କ ହୃଦୟ ସହିତ ଜଡ଼ିତ ହୋଇଯାଏ ।

 

ଈଶ୍ୱର ଙ୍କ ଆରାଧନା କରୁଥିବା ସମୟରେ ସମ୍ପୂର୍ଣ୍ଣ ବାତାବରଣ କେବଳ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ସମସ୍ତ ଦୁଃଖ ଦୁର ହୁଏ । ସର୍ବବ୍ୟାପୀ ଈଶ୍ୱର ଙ୍କ ଆରାଧନା କରିବା ସମୟରେ ଈଶ୍ୱର କିଛି ସଂକେତ ଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱର ଙ୍କ ଭକ୍ତି ରେ ଲୀନ ହୋଇଯାଆନ୍ତି ଏବଂ ଆପଣଙ୍କ ଆଖି ରୁ ଲୁହ ବାହାରେ ତେବେ ଏହାର ଅର୍ଥ ଆପଣଙ୍କ ଅନ୍ତର ଆତ୍ମା ର ମିଲନ ଈଶ୍ୱର ଙ୍କ ସାଥିରେ ହୋଇ ସାରିଛି । ଏହି ସମୟରେ ଆପଣ ଈଶ୍ୱର ଙ୍କୁ ନିଜର ମନୋକାମନା ନିଶ୍ଚିତ ଭାବରେ କୁହନ୍ତୁ । ତାହା ଅବଶ୍ୟ ପୂର୍ଣ ହେବ । ପ୍ରାୟତଃ ବ୍ୟକ୍ତି ଅଛନ୍ତି ଏହାକୁ ସଂଯୋଗ ଭାବି ନିଅନ୍ତି ଏବଂ ଈଶ୍ୱର ଙ୍କ ଭକ୍ତି ରେ ଲୀନ ହୋଇ ଯାଆନ୍ତି ।

କିନ୍ତୁ ଆପଣ ଏହି ସମୟରେ ନିଜ ମନରେ ଥିବା ଦୁଃଖ କଷ୍ଟ କୁ ଅବଶ୍ୟ ଈଶ୍ୱର ଙ୍କୁ କୁହନ୍ତୁ । ଏହା ସହିତ ଆପଣଙ୍କ ଆଖି ରୁ ଲୁହ ବାହାରିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି ଏବଂ ତାହା ହେଉଛି, ଆପଣଙ୍କ ମନରେ ଥିବା କୁବିଚାର ଦୁର ହେବାକୁ ଲାଗୁଛି । ଏହି ସମୟରେ ଆପଣଙ୍କ ସମସ୍ତ ପ୍ରାର୍ଥନା ର ଫଳ ପ୍ରାପ୍ତ ହୋଇଥାଏ ।

 

୨. ବନ୍ଧୁଗଣ ଦ୍ବିତୀୟତଃ ହେଉଛି ଅଗ୍ନି ଜ୍ୟୋତି ର ବଢ଼ିବା । ଅଗ୍ନି ପାଞ୍ଚ ତତ୍ତ୍ୱ ମଧ୍ୟରୁ ଏକ ଅଟେ । ଏଥିରେ ଭଗବାନ ଶିବ ଙ୍କ ବାସ ରହିଥାଏ । ଯଦି ଆପଣ ପୂଜା କରୁଥିବା ସମୟରେ ଅଗ୍ନି ଜ୍ୟୋତି ବଢ଼ିବାରେ ଲାଗିଥାଏ ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି ଏବଂ ତାଙ୍କ କୃପାଦୃଷ୍ଟି ଆପଣଙ୍କୁ ଅବଶ୍ୟ ଲାଭ ହେବ । ତେଣୁ ଏହି ସମୟରେ ଈଶ୍ୱର ଙ୍କୁ ସତ ମନରେ ଆରାଧନା କରନ୍ତୁ ଏବଂ ନିଜର ମନୋକାମନା ଈଶ୍ୱର ଙ୍କ ପାଖରେ ରଖନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button