ଦେଶ- ବିଦେଶ

ଆଉ ଉଡ଼ିବନି ‘ଭିସ୍ତାରା’ ବିମାନ: ସୋମବାର ଥିଲା ଶେଷ ଉଡ଼ାଣ

ନୂଆଦିଲ୍ଲୀ: ଭାରତୀୟ ବିମାନ ଶିଳ୍ପରେ ଏକ ନୂତନ ସମୀକରଣ ଆରମ୍ଭ ହୋଇଛି। ୨୦୧୫ରୁ ସେବା ପ୍ରଦାନ କରୁଥିବା ଏୟାରଲାଇନ୍ ଭିସ୍ତାରା ଏହାର ପରିଚୟ ହରାଇଛି। କମ୍ପାନିର ଶେଷ ଉଡ଼ାଣ ଆଜିଥିଲା। ଆଉ ଆକାଶରେ ଭିସ୍ତାରା ନାଁର ବିମାନ ଦେଖିବାକୁ ମିଳିବ ନାହିଁ। ବିମାନ ଶିଳ୍ପରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ଅଧିଗ୍ରହଣ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ବିଦେଶୀ ଏୟାରଲାଇନ୍ଗୁଡ଼ିକୁ ଅନୁମତି ଦେବାର କିଛି ବର୍ଷ ଭରେ ଟାଟା ଗ୍ରୁପ୍ ଓ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରୁ ଭିସ୍ତାରା ଜନ୍ମ ନେଇଥିଲା।

ସେଥିରେ ଟାଟା ଗ୍ରୁପ୍ର ୫୧ ପ୍ରତିଶତ ଓ ସିଙ୍ଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ଥିଲା। ତାହା ଥିଲା ଦଶନ୍ଧି ମଧ୍ୟରେ ଦେଶରେ ପ୍ରତିଷ୍ଠା ହୋଇଥିବା ଏକମାତ୍ର ପୂର୍ଣ୍ଣ ସେବା ଏୟାରଲାଇନ୍। ଗୁଣାତ୍ମକ ସେବା ଲାଗି ତାହା ଅଳ୍ପ ସମୟ ଭିତରେ ଯାତ୍ରୀଙ୍କ ବିଶ୍ବାସ ଜିତିପାରିଥିଲା। ଉଭୟ ଦେଶ ଭିତରେ ଓ ବାହାରେ ଗୁଣାତ୍ମକ ମାନକୁ ନେଇ ଏହା ଉଚ୍ଚ ସ୍ତର ନିର୍ଧାରଣ କରିଥିଲା।

ସୋମବାର ଥିଲା ଶେଷ ଉଡ଼ାଣ
ଏୟାର ଇଣ୍ଡିଆ ସହ ମିଶିଗଲା

ତେବେ କେନ୍ଦ୍ର ସରକାରଙ୍କଠାରୁ ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପ୍ କିଣିବା ପରେ ତାହାର ତିନିଟି ବିମାନ କମ୍ପାନି ହୋଇଯାଇଥିଲା। କାରଣ ପୂର୍ବରୁ ମାଲେସିଆର ଏୟାର ଏସିଆ ସହ ମିଶି ଟାଟା ଗ୍ରୁପ୍ ଏୟାର ଏସିଆ ଇଣ୍ଡିଆ ନାମରେ ବିମାନ କମ୍ପାନି ପ୍ରତିଷ୍ଠା କରିଥିଲା। ତିନିଟି କମ୍ପାନିକୁ ଅଲଗା ଅଲଗା ପରିଚାଳନା କରିବା କଷ୍ଟକର ହେବା ପରେ ଏୟାର ଇଣ୍ଡିଆ ସହ ଭିସ୍ତାରାକୁ ଓ ଏୟାରଇଣ୍ଡି ଏକ୍ସପ୍ରେସ୍ ସହ ଏୟାର ଏସିଆ ଇଣ୍ଡିଆର ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭିସ୍ତାରା ଏହାର ଯାତ୍ରା ଆରମ୍ଭ କରିବା ପରେ ଭାରତୀୟ ବିମାନ ଶିଳ୍ପ ଅନେକ ଉତ୍ଥାନ ପତନ ଦେଇ ଗତି କରିଛି। ଗତ ଦେଢ଼ ଦଶନ୍ଧି ମଧ୍ୟରେ କିଙ୍ଗଫିସର ଏୟାରଲାଇନ୍ସ ଓ ଏୟାର ସାହାରା ବନ୍ଦ ହୋଇଯାଇଥିବା ବେଳେ ୨୦୧୯ରେ ଜେଟ୍ ଏୟାରୱେଜ୍ ଦେବାଳିଆ ହୋଇଯାଇଥିଲା। ଏହାର ପୁନରୁଦ୍ଧାରର ସବୁ ବାଟ ବନ୍ଦ ହୋଇଯିବା ପରେ ତାହାର ସବୁ ସମ୍ପତ୍ତି ନିଲାମ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button