ଦେଶ- ବିଦେଶ

ମାତ୍ର ଏକ ଗ୍ଲାସ ପାଣିରେ ନିଶ୍ଚିତ କରନ୍ତୁ ଘରେ ଭୁତ ଅଛି କି ନାହିଁ :-

ଏହା ସମସ୍ତଙ୍କୁ ଜଣା ଯେ ସମସ୍ୟା କେବେବି ପୂର୍ବରୁ ସୂଚନା ଦେଇ ଆସେ ନାହିଁ । ସମୟ ସମୟରେ ଘରେ ନକରାତ୍ମକତା ଏତେ ବଢ଼ିଯାଏ ଯେ ଅନେକ ଅଶାନ୍ତି ଦେଖାଦିଏ । କେତେବେଳେ ଘରର ଛୋଟ ପିଲା ରୋଗାକ୍ରାନ୍ତ ହୁଏ ତ କେତେବେଳେ ଘରକୁ ଦାରିଦ୍ର୍ୟତା ଆସେ । ଏପରିବି ହୁଏ ଯେ ଘରର ରୋଜଗାରିଆ ବ୍ୟକ୍ତିଙ୍କ ଚାକିରୀ ମଧ୍ୟ ଚାଲିଯାଏ । ତେଣୁ ସାଧରଣତଃ ଏପରି କୁହାଯାଏ ଯେ ଯଦି ଘରେ ଖରାପ ଶକ୍ତିର ପ୍ରଭାବ ପଡ଼େ ତେବେ ଏପରି ସମସ୍ୟା ଦେଖା ଦିଏ । ଯେପରିକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା , ହଠାତ କାହାରି ମୃତ୍ୟୁ ହୋଇଯିବା କିମ୍ବା ଦୁର୍ଘଟଣା ହେବା ଏହିପରି ଅନେକ ଘଟଣା ଘଟିଥାଏ । କିନ୍ତୁ ଗରୁଡ଼ ପୁରାଣ ଅନୁଯାୟୀ ସଂସାରରେ ଭଲ ଖରାପ ଉଭୟ ରହିଥାଏ । ମାତ୍ର ବେଳେବେଳେ ନକରାତ୍ମକତା ଏତେ ବଢ଼ିଯାଏ ଯେ ଆଉ ଭଲ କିଛିବି ହୋଇ ନଥାଏ । ତେଣୁ ଆଜିକାର ଏହି ଲେଖରେ ଆମେ ଆପଣଙ୍କୁ ଏପରି ସବୁ ସମସ୍ୟା ହେବାର କାରଣ ବିଷୟରେ କହିବୁ ଏବଂ ଏସବୁକୁ ଜାଣିବା ପାଇଁ ଆପଣ କଣ କରି ପାରିବେ ତାହା ମଧ୍ୟ କହିବୁ ।

୧ . ଗରୁଡ଼ ପୁରାଣ ଅନୁଯାୟୀ ଅଇଁଠା ପାତ୍ର କିମ୍ବା ଗ୍ଲାସରେ କେବେବି କାହାକୁ ପାଣି ପିଇବା ଉଚିତ ନୁହେଁ । ଏହାଦ୍ବାରା ଆମ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ । ଯେଉଁ କାରଣରୁ ଆମ ରାଶି ଉପରେ ରାହୁ କାଳ ପଡ଼ିଯାଏ । ଯେଉଁ କାରଣରୁ ଆମର କୌଣସି କାମ ସଫଳ ହୁଏ ନାହିଁ । ତେଣୁ ଅଇଁଠା ବାସନ କିମ୍ବା ଗ୍ଲାସରେ ଖାଦ୍ୟ କିମ୍ବା ପାଣି ପିଇବା ଅଶୁଭ ହୋଇଥାଏ ।

୨ . ଅନେକ ସମୟରେ ଏପରି ହୋଇଥାଏ ଯେ ଘରର ସବୁ ଜିନିଷପତ୍ର ଏପଟ ସେପଟ ହୋଇଯାଏ । ଯେପରିକି ଘରର ଲାଇଟ ହଠାତ ବନ୍ଦ ହୋଇଯିବା କିମ୍ବା ହଠାତ ଜଳି ଉଠିବା । ଏହିସବୁ ଘଟଣା ଭଲ ହୋଇ ନଥାଏ । ଏହାଦ୍ବାରା ଜଣା ପଡ଼ିଥାଏ ଯେ ଘର ଉପରେ ଖରାପ ଶକ୍ତିର ପ୍ରଭାବ ରହିଛି । ରାତି ସମୟରେ ପାଉଁଜିର ଶବ୍ଦ ଶୁଭିବା ମଧ୍ୟ ଭଲ ହୋଇ ନଥାଏ । ଏଥିରୁ ଜଣା ପଡ଼ିଥାଏ ଯେ ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ବାସ କରୁଛି । ଏହିସବୁ ସଙ୍କଟରୁ ବଞ୍ଚିବା ପାଇଁ ଆପଣଙ୍କ ଘରେ ହନୁମାନ ଚାଲିଶାର ପାଠ କରିବା ଆବଶ୍ୟକ । ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯାଏ ।

୩ . କ୍ଷୀର ପାତ୍ର ପଡ଼ିଯିବା , କ୍ଷୀର ଉତୁରି ଯିବା , କାଚ ଗ୍ଲାସ ଭାଙ୍ଗିଯିବା , ଘରେ କାହାରି ଦୁର୍ଘଟଣା ହେବା , ଘରେ ଦୀର୍ଘ ସମୟ ଧରି ରୋଗ ଶେଷ ନହେବା , ଘରେ ସଫାସୁତୁରା କରିବା ସତ୍ତ୍ୱେବି ଖରାପ ଗନ୍ଧ ଆସିବା ଏବଂ ରାତିରେ ଖରାପ ସ୍ୱପ୍ନ ଆସିବା ମଧ୍ୟ ଶୁଭ ହୋଇ ନଥାଏ । ଯଦି ଆପଣଙ୍କୁ ଏହିସବୁ ସଙ୍କଟର ଆଭାସ ମିଳେ ତେବେ ଏହାର ଅର୍ଥ ଆପଣଙ୍କ ଘରେ ଖରାପ ଶକ୍ତିର ବାସ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button