ରାଜ୍ୟ

ବସଷ୍ଟାଣ୍ଡରୁ ଯାତ୍ରୀବାହୀ ବସ୍ ଚୋରି, ସିସିଟିଭିରେ କଏଦ୍ ହେଲା ଚୋରି ବେଳର ଦୃଶ୍ୟ

ଭଞ୍ଜନଗର: ମୋବାଇଲ ଚୋରି, ବାଇକ୍ ଚୋରି, କାର୍ ଚୋରି ହେଉଥିବା କଥା ଆପଣ ଶୁଣିଥିବେ ଜାଣିଥିବେ ନିଶ୍ଚୟ । କିନ୍ତୁ କଣ ଆପଣ ବସ୍ ଚୋରି କଥା କେବେ ଶୁଣିଛନ୍ତି କି ? ଟିକିଏ ଏହି ଭିଜୁଆଲ ଉପରେ ନଜର ପକାନ୍ତୁ ଆଜ୍ଞା, ଷ୍ଟାଣ୍ଡରେ ଥୁଆ ହୋଇଛି ବସ୍ କିଭଳି ଭାବେ ବସଟିକୁ ଧିରେ ଧିରେ ସାଇଟ୍ କରି ଚଳାଇଲେ ଆଉ ତା’ପରେ ବସଟିକୁ ଷ୍ଟାଣ୍ଡରୁ ବାହାର କରି ନେଇ ଛୁ ମାରିଲେ ।

ଏଇ ଦେଖୁ ନାହାଁନ୍ତି କିପରି ରାସ୍ତାରେ ଯାଉଛି ବସ୍ ଟି ।

ହଁ ଆଜ୍ଞା, ଗଂଜାମ ଜିଲ୍ଲା ଭଂଜନଗର ବସଷ୍ଟାଣ୍ଡରୁ ଏକ ଯାତ୍ରୀବାହୀ ବସ୍ ଚୋରି ହୋଇଛି । ଚୋରି ହୋଇଥିବା ବସ୍ କୁ ଗଂଜାମ – ଛତ୍ରପୁର ନିକଟରେ ଠାବ କରିଛି ପୋଲିସ । ବସ୍ ସିନା ମିଳିଥିଲା ହେଲେ ବସ୍ ରେ ନଥିଲା ପେଟ୍ରୋଲ୍ ।

ଘଟଣା ଦିନ ରାତି ପ୍ରାୟ ଦୁଇଟା ସମୟରେ, ଭଂଜନଗର ବସଷ୍ଟାଣ୍ଡ ରେ ରହିଥିବା ମା’ଦୁର୍ଗା ନାମକ ଏକ ବସ୍ କୁ ଜଣେ ଦୁର୍ବୃତ୍ତ ଚୋରିକରି ନେଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ୍ ହୋଇଥିଲା । ଭୋର ସମୟରେ ସଂପୃକ୍ତ ଗାଡ଼ି ମାଲିକ ଏକଥା ଜାଣିବା ପରେ ଭଂଜନଗର ପୋଲିସକୁ ଖବର ଦେଇଥିଲେ । ଉଭୟ ପୋଲିସ ଓ ଗାଡି ମାଲିକ ଭଂଜନଗର, ବେଲଗୁଣ୍ଠା, ବାଲିପଦର ଓ ଆସିକା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲେ ।

ସିସିଟିଭି ଫୁଟେଜ ଆଧାରରେ ଜଣା ପଡିଥିଲା ଉକ୍ତ ବସକୁ ଭଂଜନଗର ରୁ ବେଲଗୁଣ୍ଠା, ବାଲିପଦର, ଆସିକା ଦେଇ ଛତ୍ରପୁର ଅଭିମୁଖେ ଯାଇଥିଲେ । କିନ୍ତୁ ସକାଳୁ ଜଣାପଡିଥିଲା, ଉକ୍ତ ବସ୍ କୁ ଦୃର୍ବୁତ୍ତ ଛତ୍ରପୁର – ଗଂଜାମ ଜାତୀୟ ରାଜପଥ କଡରେ ରଖିଦେଇ ଚାଲିଯାଇଥିଲା । ପୋଲିସ ସଂପୃକ୍ତ ଗାଡ଼ିକୁ ଘଟଣା ସ୍ଥଳରୁ ଉଦ୍ଧାର କରିଥିବା ବେଳେ, ଜଣାପଡିଥିଲା ବସ୍ ର ତେଲ ଟାଙ୍କିରୁ ସମସ୍ତ ତେଲ କାଢି ନିଆଯାଇଛି । ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣାପଡ଼ିନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button