ରାଜ୍ୟ

ଭାଇକୁ ଗୁଳି ମାରି ଜୀବନ ନେଲା ମାମୁଁ ପୁଅ ଭାଇ

ଝାରସୁଗୁଡା : ସାମାନ୍ୟ ବଚସାରେ ଭାଇକୁ ମାରିଲା ଭାଇ । ପୁଣି ଗୁଳି କରି । ଗୁଳିର ଶବ୍ଦ ଶୁଣି ଲୋକେ ଧାଇଁ ଆସି ଦେଖିଲାବେଳକୁ ସବୁକିଛି ହୋଇଯାଇଛି ଶେଷ । ଚାହୁଁ ଚାହୁଁ ଏ ଖବର ବ୍ୟାପିଗଲା ଚାରିଆଡେ । ମାମୁଁ ପୁଅ ମାଡରେ ଟଳି ପଡିଲା ଭାଇ । ନିଜର ହିଁ ଭାଇକୁ ମାରିବାକୁ କେମିତି କେଜାଣି ହାତ ଗଲା । ଏମିତି କରିବା ପୂର୍ବରୁ ଥରଟେ ବି ଭାବିଲାନି ।

ଯେ ଯାହାକୁ ସେ ମାରୁଛି ସେ ତାର ଭାଇ ବୋଲି ।

ତେବେ କହିରଖିବାକୁ ଚାହିଁବୁ ଯେ ଦୁଇ ଭାଇ ଇମ୍ରାନ ଓ ଶାହାଜାହାନ ସମାନ ବ୍ୟବସାୟ କରୁଥିଲେ, ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବାରମ୍ବାର ବ୍ୟବସାୟକୁ ନେଇ ଝଗଡ଼ା ଦେଖାଦେଇଥିଲା। ଏହାକୁ ନେଇ ତାଙ୍କ ସାଥିରେ ଥିବା ଇଜାଜ ଦୁଇ ଜଣକୁ ବୁଝାମଣା କରିବା ନେଇ ମଧ୍ୟ ପୂର୍ବରୁ ପରାମର୍ଶ ଦେଇଥିଲେ। ହେଲେ ଆଜି ସେହି ଝଗଡା ନେଇଗଲା ଉଗ୍ରରୂପ ଆଉ ଘଟାଇଦେଲା ବଡ ଅଘଟଣ ।

କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଲେ। ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ। ସାହାଜାହାନଙ୍କ ଘର ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଓ ଅନ୍ୟ ଜଣଙ୍କୁ ଅଟକ ରଖିଛି।

ଗତକାଲି ରାତିରେ ଇମ୍ରାନ ଓ ତାଙ୍କ ସହଯୋଗୀ ସାହାଜାହାନଙ୍କ କୁକୁଡ଼ା ଫାର୍ମକୁ ଆସିଥିଲେ। କୌଣସି କଥାକୁ ନେଇ ଇମ୍ରାନ ଓ ସାହାଜାହାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଇମ୍ରାନ ଉତ୍‌କ୍ଷିପ୍ତ ହୋଇ ସାହାଜାହାନଙ୍କୁ ମାରିଦେଲେ ଓ ପରେ ମୃତଦେହକୁ ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ମୃତକ ଶାହାଯାହାନଙ୍କ କକା ।

ପୁଲିସ କୌଣସି ସୁତ୍ରରୁ ଘଟଣା ସଂପର୍କରେ ଖବର ପାଇଥିଲା। ପରେ ଇମ୍ରାନ ଏବଂ ଘଟଣାବେଳେ ସାଥିରେ ଥିବା ତାର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା କରିବା ପରେ ଇମ୍ରାନ ପୁଲିସ ନିକଟରେ ସବୁକଥା କହିଦେଲା । ଡଗ୍ ସ୍କ୍ବାଡ୍, ସାଇଣ୍ଟିଫିକ ଟିମ ଓ ପୁଲିସ ପହଞ୍ଚି ଅଧିକ ଖୋଳତାଡ ଚଳାଇଛନ୍ତି। ଏଯାଏଁ ମୃତଦେହ କି ଗୁଳିକାଣ୍ଡରେ ବ୍ୟବହାର ବନ୍ଧୁକ ପୁଲିସକୁ ମିଳିନାହିଁ । ମୃତଦେହ ଠାବ କରିବାକୁ ତନାଘନା ଚଳାଇଛି ଝାରସୁଗୁଡ଼ା ପୁଲିସ। ବ୍ୟବସାୟୀ ଶ୍ରତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button