ରାଜ୍ୟ

ନିଆଁ ଲାଗି ଜଳିଗଲା ଦୁଇ ଏକରର ଧାନ ଗଦା

ରିଗାଁ,୧୦/୧୧: ଉଦଲିଆଗୁଡା ଗ୍ରାମ ନିକଟରେ ଜଣେ ଚାଷୀଙ୍କ ଧାନ ଜମିରେ ଥିବା ଦୁଇ ଏକର ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ତେବେ ନିଆଁ କିଭଳି ଲାଗିଲା ସ୍ପଷ୍ଟ ଜଣା ପଡିନାହିଁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଉଦଲିଆଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରାବଣାଗୁଡ଼ା ଗ୍ରାମର ଲାକୁ ତାଡେଙ୍ଗୀ ଧାର ଉଧାର କରି ଉଦଲିଆଗୁଡା ଗ୍ରାମ ନିକଟରେ ଦୁଇ ଏକର ଧାନ ଚାଷ କରିଥିଲେ ।

କିଛି ଦିନ ତଳେ ଜମିରୁ ଧାନ କାଟି ସେହି ଜମିରେ ଧାନ ଗଦା କରି ରଖିଥିଲେ । ଆସନ୍ତା କାଲି ଧାନ ମଳିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଆଜି ଦିନ ପ୍ରାୟ ୧ଘଣ୍ଟା ସମୟରେ ହଠାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଜମି ନିକଟରେ ଥିବା କିଛି ଲୋକ ଧାନ ଗଦାରେ ନିଆଁ ଲାଗିବା ଦେଖି ଲାକୁଙ୍କୁ ଖବର ଦେବା ସହ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏହା ସହ ଝରିଗାଁ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଧାନ ନିଆଁରେ ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button