ଦେଶ- ବିଦେଶ

ଟ୍ରମ୍ପ-ବାଇଡେନ ଭେଟଘାଟ, ହ୍ବାଇଟ ହାଉସରେ ଭେଟିବେ ଉଭୟ ନେତା

ବୁଧବାର ଟ୍ରମ୍ପ-ବାଇଡେନ ଭେଟଘାଟ । ହ୍ବାଇଟ ହାଉସରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହେବ । ଏ ନେଇ ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ କାରିନେ ଜେନ ପିଆରେ ସୂଚନା ଦେଇଛନ୍ତି । ବାଇଡେନଙ୍କ ନିମନ୍ତ୍ରଣ ପରେ ଉଭୟ ନେତା ଓଭାଲ ଅଫିସରେ ବୁଧବାର ଦିନ ୧୧ରେ ଔପଚାରିକ ଭାବେ ଭେଟିବେ ।

 

ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ । ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ହେବ ବୋଲି ବାଇଡେନ କହିବା ସହ ଟ୍ରମ୍ପଙ୍କ ଟିମ୍ ସହ କାମ କରିବାକୁ ସେ ସମସ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କୁ ହରାଇ ଦମଦାର ବିଜୟ ହାସଲ କରିଛନ୍ତି ଟ୍ରମ୍ପ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button