ରାଜ୍ୟ
ଗୋପାଳପୁର ବଜାରରେ ହିଟ୍ ଆଣ୍ଡ ରନ୍, ଲୋକଙ୍କ ଉପରେ ଚଢିଗଲା କାର୍, ୫ ଗୁରୁତର

ସୋର, ୦୯/୧୧ : ବାହାନଗା ବ୍ଲକ ଗୋପାଳପୁର ବଜାରରେ ହିଟ୍ ଆଣ୍ଡ ରନ୍। ଦ୍ରୁତ ଗତିରେ ଆସି ଭିଡ଼ ବଜାରରେ ଲୋକଙ୍କ ଉପରେ ଚଢିଗଲା କାର୍। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।
ସୂଚନାନୁଯାୟୀ, ଶନିବାର ଗୋପାଳପୁର ବଜାରରେ ପରିବା କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢି ଯାଇଥିଲା।
ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଗୋପାଳପୁର ଚିକିତ୍ସାଳୟ ପରେ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଥିବା କାର୍ ଫେରାର୍ ହୋଇଯାଇଛି। ଗୁରୁତରମାନେ ହେଲେ ଜଣେ ଆଇସ୍କ୍ରିମ୍ ବିକ୍ରେତା ଶ୍ରୀଧର ରାଉତ, ପରିବା ବିକାଳୀ ଧରଣୀଧର ସାହୁ, ବିକର୍ତନ ଜେନା, ସନାତନ ଜେନା, ଏବଂ ଗୁରୁପ୍ରସାଦ ଦାସ।




