ଦେଶ- ବିଦେଶ

‘ଏକ୍ସ’ରେ ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇ ଅଡୁଆରେ ପାକ୍‌ ପ୍ରଧାନମନ୍ତ୍ରୀ

ସ୍ଲାମବାଦ୍: ପାକିସ୍ତାନରେ ନିଷିଦ୍ଧ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ବ୍ୟବହାର କରି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ଫସି ଯାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ପାକିସ୍ତାନରେ ‘ଏକ୍ସ’ ଉପରେ ପ୍ରତିବନ୍ଧନ ଥିବା ସତ୍ତ୍ବେ ସେ ଭିପିଏନ୍ ବ୍ୟବହାର କରି ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ଜଣାଇବା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ବହୁୁଳ ମାତ୍ରାରେ ଟ୍ରୋଲ୍ କରାଯାଉଛି।

ସେ କହିଥିବା ଏହି କାର୍ଯ୍ୟକୁ ପାକିସ୍ତାନରେ ବେନିୟମ୍ ବୋଲି ମନାଯାଏ।

ପ୍ରଧାନମନ୍ତ୍ରୀ ସରିଫ୍ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ମୁଁ ପାକିସ୍ତାନ-ଆମେରିକା ସହଭାଗିତାକୁ ଆହୁରି ମଜବୁତ ତଥା ବ୍ୟାପକ କରିବା ପାଇଁ ଆଗାମୀ ପ୍ରଶାସନ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।’’

ଏହା ପୂର୍ବରୁ ପାକିସ୍ତାନର ସୂଚନା ମନ୍ତ୍ରୀ ଅଟ୍ଟୁଲ୍ଲା ତରାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଘୋଷଣା କରିଥିଲେ। ସେ କହିଥିଲେ ଯେ ବାଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ର ଆତଙ୍କବାଦୀମାନେ ଏହି ପ୍ଲାଟଫର୍ମ ବ୍ୟବହାର କରି ଜାତୀୟ ବିରୋଧୀ କାର୍ଯ୍ୟକଳାପ ବିସ୍ତାର କରୁଛନ୍ତି।

ତେବେ ଏହି ପ୍ରତିବନ୍ଧକକୁ ନହଟିଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ସରିଫ ଭିପିଏନ୍ ବ୍ୟବହାର କରି ଟ୍ରମ୍ପ୍ଙ୍କୁ ଶୁଭେଚ୍ଛା ଜଣାଇବା କଥାକୁ ସଭିଏଁ ଭଲରେ ଗ୍ରହଣ କରିପାରିନାହାନ୍ତି।

ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏଲନ ମସ୍କଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘‘ମିଷ୍ଟର୍ ଟ୍ରମ୍ପ୍ ଏହି ଜୋକର ଆପଣଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଭିପିଏନ୍ ବ୍ୟବହାର କରିଛି।’’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button