ସ୍ୱାସ୍ଥ୍ୟ
କିଡନୀକୁ ଖରାପ କରୁଛି ଏହି 5ଟି ଖାଦ୍ୟ, ଆଜିଠୁ ଛାଡନ୍ତୁ ନଚେତ୍ ଯାଇପାରେ ଜୀବନ
ଶରୀରର ଅନ୍ୟ କିଛି ଅଙ୍ଗ ପରି କିଡନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମ୍ଭର କିଡନୀ ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହା ଦୁର୍ବଳ ହେବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ । ଖାସ୍ କରି ଆମ୍ଭର କିଛି ଖାଦ୍ୟ ପେୟ ଅଭ୍ୟାସ ହିଁ ଏହାକୁ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
1. ଆଭୋକାଡୋ :-
ଏମିତି ତ ଫଳ ଖାଇବା ଶରୀର ପାଇଁ ବେସ୍ ଉପାଦେୟ ହୋଇଥାଏ । କିନ୍ତୁ, ଆଭୋକାଡୋରେ ରହିଥିବା ପୋଟାସିୟମ୍ କିଡନୀକୁ ଦୁର୍ବଳ କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
2. ତେଲ ଛଣା ଖାଦ୍ୟ :-
ସାଧାରଣତଃ ତେଲ ଛଣା ଖାଦ୍ୟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । କିନ୍ତୁ, ନିୟମିତ ଭାବରେ ଏପରି ଖାଦ୍ୟ ଖାଇବା ଆପଣଙ୍କ କିଡନୀ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ ।
3. ସୋଡ଼ା :-
ଖାଦ୍ୟରେ ଅଧିକ ସୋଡ଼ା ବ୍ୟବହାର କରୁଥିଲେ ସାବଧାନ । କାରଣ ଏଥିରେ ମିଳୁଥିବା ଫସଫରସ୍ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇବାକୁ ଯଥେଷ୍ଟ ହୋଇଥାଏ ।