ରାଜ୍ୟ

ରେଳ ଧାରଣାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଟକ: ରେଳ ଧାରଣାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ନିକଟ ନିଗୁଣ୍ଡି ରେଲୱେ ଷ୍ଟେସନ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବାବେଳେ ରେଳ ଧାରଣା ଉପରେ ପଡିଛି ମୃତଦେହ । ଯୁବକ ଜଣକ ନିର୍ଗୁଣ୍ଡୀ ବେହେରା ସାହିର କେ.ତିରୁପତି ରେଡି ବୋଲି ଜଣାପଡିଛି ।

ସେ ପୋଦାର ମଟରରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତେବେ କେ.ତିରୁପତି ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଟାଙ୍ଗୀ ଏବଂ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button