ରାଜ୍ୟ

ବିରଳ ଅସ୍ତ୍ରୋପଚାର କରି ରୋଗୀର ଜୀବନ ବଞ୍ଚାଇଲେ ଡାକ୍ତର

ବୁର୍ଲା : ବୁର୍ଲା ଭିମସାର ହସପିଟାଲର ତତ୍କାଳୀନ ବିଭାଗୀୟ ମୁଖ୍ୟ ତଥା ଷ୍ଟେମସେଲ ସୁଖ୍ୟାତି ନାମା ବିଶେଷଜ୍ଞ ଶ୍ରୀବତ୍ସ ମହାପାତ୍ର ଜଣେ ରକ୍ତ ଶିକୁଳି ରୋଗୀର ବିରଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତେବେ ପ୍ରଫେସର ମହାପାତ୍ର ସୂଚନା ମୁତାବକ ଜଣେ ରକ୍ତ ଶିକୁଳି ରୋଗୀ ଜଣକ ରକ୍ତହୀନତା, ଜଣ୍ଡିସ୍ ଏବଂ ପେଟରେ ପ୍ରବଳ ଯନ୍ତ୍ରଣା, ଅଭିବୃଦ୍ଧି ଅବସାଦଗ୍ରସ୍ତ ସହିତ ଅସୁସ୍ଥ କୋଷ ରୋଗ।

ରୋଗୀର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ପ୍ରଫେସର ମହାପାତ୍ର ଉକ୍ତ ରୋଗୀର ବିରଳ ଅସ୍ତ୍ରୋପଚାର କରିବା ପାଇଁ ମନସ୍ଥ କରିଥିଲେ ଯାହାକି ଏକ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ରହିଥିଲା। ରୋଗୀର ସ୍ପ୍ଲିନ ବାହାର କରି ଦିଆଯାଇଥିଲା ଯାହାକି ରୋଗୀର ରକ୍ତ ଖାଉଥିଲା। ତାକୁ ବାହାର କରାଯାଇ ଏବଂ ପୁଣି ଗଲ୍ ବ୍ଲାଡର ବାହାର କରିଥିଲେ ପ୍ରଫେସର ମହାପାତ୍ର। ଯାହାକି ରୋଗୀର ପେଟରେ ଯନ୍ତ୍ରଣା ଅନୁଭବ ସୃଷ୍ଟି କରିଥିଲା। ତେବେ ରୋଗୀ ଜଣକ ଅନେକ ଦିନ ହେବ ଯନ୍ତ୍ରଣା ଭୋଗ କରିବା ସହିତ ଉକ୍ତ ରୋଗୀର ରକ୍ତର ମାତ୍ରା ମଧ୍ୟ ହ୍ରାସ ପାଇ ଚାଲିଥିଲା ଅନେକ ମେଡ଼ିକାଲ ଯାଇ ନିରାଶ ହୋଇ ଯାଇଥିଲେ ପରିବାର ବର୍ଗ। ତେବେ ସଫଳତାର ସହିତ ଉକ୍ତ ରକ୍ତ ଶିକୁଳି ରୋଗୀର ଅସ୍ତ୍ରୋପଚାର ଏକ ଘରୋଇ ନର୍ସିଂହୋମରେ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button