ରାଜ୍ୟ

୧୨ଦଫା ଦାବି ନେଇ ବିକେ ଷ୍ଟିଲ କାରଖାନା ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରମ୍ପେଇ ମୌଜାର ରାଜା ଆଠଗଡ଼ ଠାରେ ପ୍ରତିଷ୍ଠିତ ବିକେ ଷ୍ଟିଲ କାରଖାନା ସମ୍ମୁଖରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମାନି ବିରୁଦ୍ଧରେ ଏବଂ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନତି ଆଦି ୧୨ଦଫା ଦାବି ନେଇ ଖୁଣ୍ଟୁଣୀ ପଞ୍ଚାୟତ ଉନ୍ନୟନ କମିଟି ଓ ନଅବେଢ଼ା ଅଞ୍ଚଳବାସୀଙ୍କ ତରଫରୁ ଆଜି ସକାଳୁ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇଛି।

ଏହି ଧାରଣାରେ ୫ଶହରୁ ଉର୍ଦ୍ଧ୍ବ ଅଞ୍ଚଳବାସୀ ସାମିଲ ହୋଇଛନ୍ତି।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଧାରଣାରତ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଭା ବେ ଆଠଗଡ଼ ଡେପୁଟି କଲେକ୍ଟର ମାନସ ରଞ୍ଜନ ବେହେରା ଉପସ୍ଥିତ ଅଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଚୈଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଖୁଣ୍ଟୁଣୀ ଆଇଆଇସି ରବି ନାରାୟଣ ବେହେରା ଏକ ପ୍ଲାଟୁନ ଫୋର୍ସ ସହିତ ଧାରଣା ସ୍ଥଳରେ ଉପସ୍ଥିତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button