ଦେଶ- ବିଦେଶ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କନ୍ଧମାଳ ଜିଲ୍ଲାର ପ୍ରକୃତି

ଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି । ବିଷେଷକରି କନ୍ଧମାଳ ଜିଲାରେ ବିଳମ୍ୱରେ ଆସିଛି ଶୀତ । ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି । ଆଉ ଶୀତ ଆସିବାକ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି।

ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ ପର୍ବତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖୁବାକୁ ମିଳିଛି।

ରାସ୍ତାରେ ଯାତାୟାତ କଲାବେକେ ଲୋଭନୀୟ ମନୋରମ ଦୃଶ୍ୟ ଦେଖୁ ଯାତ୍ରୀମାନେ କିଛି ସମୟ ଅଟକି ଯାଇ ପ୍ରକୃତିର ମଜା ଉଠେଇବା ସହ ନିଜ ନିଜ ମୋବାଇଲରେ କିଛି ଫୋଟ ଉତ୍ତୋଳନ କରି ବେଶ ଆନନ୍ଦିତ ହେଉଛନ୍ତି। ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସଂଧ୍ୟା ସମୟରେ ଶୀତ ଅନୁଭୂତି ହେଉଛି । ମଧ୍ୟରାତ୍ରିରୁ ଭୋର ମଧ୍ୟରେ ଅଧିକା ଶୀତ ପଡିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି ।ବର୍ତମାନ ବର୍ଷା ଛାଡିବା ପରେ ପର୍ଯ୍ୟଟନର ଋତୁ ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସୂତ ହୋଇ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button