ରାଜ୍ୟ
ଡାକ୍ତରଖାନା ଫାଟକରେ ତାଲା, ଧାରଣାରେ ଆଶାକର୍ମୀ
ସମାଜ ଡିଜିଟାଲ ଡେସ୍କ: ମେଡିକାଲରେ ପଡ଼ିଲା ତାଲା। ନିୟମିତ ଦରମା, ଚାକିରି ସର୍ତ୍ତାବଳୀର ପରିବର୍ତ୍ତନ ଓ କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଭାର ନେଇ କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ୱାର୍ଡ ବମ୍ଫକୁଦସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟରତ ଆଶାକର୍ମୀ। ଦୀର୍ଘ ଦିନ ହେବ ବିନା ଦରମାରେ କାର୍ଯ୍ୟ କରିବା ସହିତ ବେସରକାରୀ ସଂସ୍ଥା ଅଧୀନରେ ନ ରହି ଚାକିରିର ସର୍ତ୍ତାବଳୀକୁ ବଦଳାଇ ସରକାରୀକରଣ କରିବା ପାଇଁ ସେମାନେ ଦାବି କରିଛନ୍ତି।
ଦୀର୍ଘ ୮ ବର୍ଷ ଧରି ଏହିପରି ଅନେକ ଥର ଧାରଣାରେ ବସିଲେ ସୁଦ୍ଧା ସରକାର ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଧାରଣାରତ ଆଶାକର୍ମୀମାନେ କ୍ଷୋଭ ପ୍ରକାଶ କରିବା ସହ ମେଡିକାଲରେ ତାଲା ପକାଇଛନ୍ତି।