ରାଜ୍ୟ

ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା: ସ୍ୱାମୀ ରଚିଥିଲା ଷଡ଼ଯନ୍ତ୍ର

କୋରାପୁଟ: ସ୍ଵାମୀକୁ ଗଛରେ ବନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସମସ୍ତ ସସପେନ୍ସ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ। ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ବାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ ।

ମାଳିଖୁଡିବି ଗାଁର ମହେଶ ମାଳି ଏବଂ ସୋମନାଥ ଭୋଇକୁ ଗିରଫ କଲା ପୋଲିସ । କୋରାପୁଟ ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଂଚାୟତ ହାରିଆମୁଣ୍ଡା ଗାଁରେ ଗତକାଲି ଘଟିଥିଲା ଏହି ବର୍ବରକାଣ୍ଡ।

ସୂଚନା ଅନୁସାରେ ଅଭିଯୁକ୍ତମାନେ ମିଶି ୮ ଦିନ ପୂର୍ବରୁ ସାବିଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନା କରିଥିଲେ। ଗତକାଲି ହତ୍ୟା କରିବା ପରେ ଲୁଟର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପିଦେବା ପ୍ଲାନ କରିଥିଲା ମୁଖ୍ୟ ଅଭିଯୁକ୍ତ ତଥା ସ୍ବାମୀ ମହେନ୍ଦ୍ର ଖରା। ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ଆଧାର ଅପଡେଟ କରିବାକୁ ସ୍ଵାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ।

ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ରାସ୍ତାକଡ଼ରେ କିଛି ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟି ଥିଲେ। ପରେ ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ସମସ୍ତ ଘଟଣା ଉପରୁ ପରଦା ହଟାଇ ସତ ପଦାକୁ ଆଣିଛି ନନ୍ଦପୁର ପୋଲିସ। ଘଟଣାରେ ସ୍ଵାମୀର ମୁଖ୍ୟ ଭୂମିକା ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button