ରାଜନୀତି
ନିର୍ବାଚନ ପୂର୍ବରୁ ୪୦ ବିଦ୍ରୋହୀ ନେତାଙ୍କୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ, ୦୬/୧୧ : ଦଳୀୟ ଶୃଙ୍ଖଳା ନ ମାନିବା ଏବଂ ଦଳୀୟ ନିୟମ ଉଲ୍ଲଂଘନ କରିଥିବାରୁ ବିଜେପି ଆଜି ମହାରାଷ୍ଟ୍ରର ୩୭ଟି ଭିନ୍ନ ଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୦ ଜଣ କର୍ମୀଙ୍କୁ ବହିଷ୍କାର କରିଛି । ବହିଷ୍କୃତ କର୍ମୀଙ୍କ ନାମ ମଧ୍ୟ ଜାରି କରିଛି ବିଜେପି। ମହାରାଷ୍ଟ୍ର ପାଇଁ ମହାୟୁତି ମେଣ୍ଟ ନିଜର ବହୁ ପ୍ରତୀକ୍ଷିତ ଇସ୍ତାହାର ଉପସ୍ଥାପନ କରିବା ପରେ ବିଜେପି ଏହି ନିଷ୍ପତ୍ତି ନେଇଛି।
କୋହ୍ଲାପୁର ଉତ୍ତରରେ ଆୟୋଜିତ ଏକ ସାଧାରଣ ସଭାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମିଳିତ ଭାବେ ଇସ୍ତାହାର ଜାରି କରିଛନ୍ତି। ମହାରାଷ୍ଟ୍ରପାଇଁ ପରିବର୍ତନମୂଳକ ବିକାଶ ଏବଂ ରାଜ୍ୟର ପ୍ରଗତିଶୀଳ ଭବିଷ୍ୟତ ପାଇଁ ମେଣ୍ଟର ପ୍ରତିବଦ୍ଧତାକୁ ଇସ୍ତାହାରରେ ଆଲୋକପାତ କରାଯାଇଛି। ମହାୟୁତି ମେଣ୍ଟରେ ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସାମିଲ ଅଛନ୍ତି।