ଦେଶ- ବିଦେଶ

ପେନ୍‌ସନ୍ କାଗଜପତ୍ରରେ ରହିବ ଝିଅଙ୍କ ନାମ

ନୂଆଦିଲ୍ଲୀ: ପେନ୍ସନ୍ଭୋଗୀଙ୍କ ପରିବାର ସମ୍ପର୍କିତ ସୂଚନା ସଂଗ୍ରହ କରିବା ବେଳେ ତାଙ୍କ ଝିଅଙ୍କ ନାମକୁ ଯେଭଳି କାଗଜପତ୍ରରେ ସାମିଲ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ କର୍ମଚାରୀଙ୍କ ଫାମିଲି ପେନ୍ସନ୍ ପାଇଁ ଯୋଗ୍ୟ ପରିବାର ସଦସ୍ୟମାନଙ୍କ ତାଲିକାରୁ ଝିଅ ନାମକୁ କଟା ଯାଇପାରିବ ନାହିଁ।

ଫର୍ମ-୪କୁ ବ୍ୟବହାର କରି ସରକାରୀ କର୍ମଚାରୀ ଯଦି ଝିଅର ନାମକୁ ଦାଖଲ କରିଥିବେ ତେବେ ସେ ସରକାରୀ କାଗଜପତ୍ରରେ ପରିବାର ସଦସ୍ୟ ଭାବେ ବିବେଚିତ ହେବେ।

ଜଣେ ଝିଅ ବିବାହ କରିବା, ପୁନଃ ବିବାହ କରିବା କିମ୍ବା ନିଯୁକ୍ତିରେ ନିୟୋଜିତ ନ ହେବା ପର୍ଯ୍ୟନ୍ତ ଫାମିଲି ପେନ୍ସନ୍ ପାଇବାକୁ ଯୋଗ୍ୟ। ୨୫ ବର୍ଷରୁ ଅଧିକ ବୟସର ବିବାହ ବିଚ୍ଛେଦ ହୋଇଥିବା ଝିଅ ମଧ୍ୟ ଫାମିଲି ପେନ୍ସନ୍ ପାଇପାରିବେ। କିନ୍ତୁ ଏହି କ୍ଷେତ୍ରରେ ପେନ୍ସନ୍ଭୋଗୀଙ୍କ ଅନ୍ୟ ସନ୍ତାନମାନଙ୍କ ବୟସ ୨୫ ବର୍ଷରୁ ଅଧିକ ଏବଂ ସେମାନେ ଆର୍ଥିକ ସ୍ତରରେ ସ୍ବାଧୀନ ହୋଇଥିବା ଦରକାର।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button