ଦେଶ- ବିଦେଶ

ବୃହସ୍ପତିଙ୍କ ବକ୍ରୀ ଚଳନ, ଆଜିଠାରୁ 5ଟି ରାଶିରେ ଅମାପ ଧନଲାଭ, 7ଟି ରାଶିରେ ଦୁଃଖର ପାହାଡ…. ଦେଖନ୍ତୁ ମହାଭବିଷ୍ୟବାଣୀ

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ବୃହସ୍ପତିଙ୍କର ବକ୍ରିୟ ଚଳନ ଯୋଗୁ ମେଷ ରୁ ମୀନ ପର୍ଯ୍ୟନ୍ତ ରାଶି ମାନଙ୍କର ଗ୍ରହ ଗୋଚର ହେବାକୁ ଯାଉଛି। ଜୁଲାଇ ୨୯ ତାରିଖ ଠାରୁ ସମସ୍ତ ରାଶି ଉପରେ ବୃହସ୍ପତି ତଥା ଦେବ ଗୁରୁଙ୍କର ବକ୍ରିୟ ଚଳନର ପ୍ରଭାବ ପଡିବା ପାଇଁ ଯାଉଛି । ଏହି କାରଣରୁ ରାଶି ମାନଙ୍କ ଉପରେ କିଛି ଭଲ କିମ୍ବା ଖରାପ ସ୍ଥିତି ଆସିପାରେ । ମେଷ ଠାରୁ ମୀନ ରାଶି ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡିବ ପାଇଁ ଯାଉଛି ।

ମେଷ ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ବୃହସ୍ପତିଙ୍କ ଚଳନ ଅତ୍ୟନ୍ତ ହିଁ ଶୁଭପ୍ରଦ ରହିବ । ଯେଉଁ କାରଣରୁ ଆପଣମାନେ ଚିନ୍ତିତ ରହୁଥିଲେ, ସେହି ସମସ୍ୟାର ସମାଧାନ ଘଟିବା ପାଇଁ ଯାଉଛି । ଆପଣଙ୍କର ସ୍ଵାସ୍ଥ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ଧନ କମେଇବାର ନୂଆ ନୂଆ ଅବସର ପ୍ରାପ୍ତ ହେବ ।

ମିଥୁନ ରାଶି ଥିବା ଲୋକ ମାନଙ୍କର ପାରିବାରିକ ସ୍ଥିତି ଭଲ ରହିବ । କାହା ସାଥିରେ ଯଦି ମନମାଳିନ୍ୟ ଘଟିଥାଏ, ତେବେ ଏହା ମଧୁର ସମ୍ପର୍କରେ ପରିଣତ ହେବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବ । ଚାକିରି ରେ ସମ୍ମାନ ବଢିବା ସହିତ ଆଧିପତ୍ୟ କମେଇବେ । ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ସମ୍ପାଦନ କରିବେ ।

ସିଂହ ରାଶି ଥିବା ବ୍ୟକ୍ତିମାନେ କର୍ମ ଚଞ୍ଚଳ ରହିବେ । ଦୁର୍ଲଭ କର୍ମ ସାଧନ କରିବେ । ଆୟ କରିବାର ନୂତନ ପନ୍ଥା ଅବଲମ୍ବନ କରିବେ । ଧାର୍ମିକ କାର୍ଯ୍ୟରେ ମନନିବେଶ କରିବେ । ଚାକିରିରେ ପଦ ମର୍ଯ୍ୟାଦା ବଢିବ । କଳା ପ୍ରତି ରୁଚି ରଖିବେ । ଛାତ୍ର ଛାତ୍ରୀମାନେ ପାଠ ପଢାରେପ୍ରଶଂସିତ ହେବେ ।

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ବହୁତ ହିଁ ଖାସ୍ ରହିବା । ସମସ୍ତଙ୍କ ଠାରୁ ଆଦର ସମ୍ମାନ ପାଇବେ । ସୁଜନ ଲୋକଙ୍କ ସହିତ ସମ୍ପର୍କ ଗଠନ କରିବେ । ଆପଣଙ୍କ ଆୟ ଉତ୍ତମ ରହିବ । ଯଦି ଆୟ ଓ ବେୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବେ, ତେବେ ନିହାତି ଉନ୍ନତି ହାସଲ କରିବେ ।

ମକର ରାଶିଙ୍କ ପାଇଁ ଏହି ଚଳନ ସବୁ ରାଶି ଠାରୁ ଭଲ ରହିବ । ଆପଣଙ୍କ ଜୀବନରେ ନିହାତି ଗୋଟିଏ ବଡ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଯାହା ଆପଣଙ୍କ ଜୀବନରେ ଖୁସି ଭରି ଦେବା ପାଇଁ ଯାଉଛି । ପରିବାରରେ ଆମୋଦ ପ୍ରମୋଦ ଲାଗି ରହିବ । ବ୍ୟବସାୟ ଏବଂ ଶିକ୍ଷାରେ ଆଦର୍ଶତା ବଢିବ ।

ବୃଷ ରାଶି ମାନଙ୍କ ପାଇଁ ଏହି ଚଳନ ଭଲ ପ୍ରଭାବ ପକାଇବ ନାହିଁ । ସବୁବେଳ ମନ ଅସ୍ତିର ରହିବେ । ସଫଳତା ପାଇବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ସାଙ୍ଗଠନିକ ପରିବେଶରେ ବିଶୃଙ୍ଖଳା ଦେଖାଦେବ । ବ୍ୟବସାୟରେ ଲାଭ କମ ରହିବ ।କର୍କଟ ରାଶି ଧାରଣ କରିଥିବା ବ୍ୟକ୍ତି ମାନଙ୍କର ଆୟ ଠାରୁ ବେୟ ଅଧିକ ରହିବ । ସ୍ଵାସ୍ଥ ଅବସ୍ତା ଖରାପ ରହିପାରେ । ବ୍ୟବସାୟରେ କ୍ଷତି ସହିବାକୁ ପଡିବ । କନ୍ୟା ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଅଶୁଭ ଅଟେ ।

ଦେହ ଓ ମନରେ ପୀଡା ଅନୁଭବ କରିବେ । ଆଶା କରିବା କାର୍ଯ୍ୟ ଅଧୁର ରହିବ ରହିବ ।ବିଛା ରାଶି ମାନଙ୍କର ସମ୍ମାନ ହାନି ହେବାର ସମ୍ଭାବନା ଅଛି । ସେହି କାରଣରୁ ଖରାପ ସାଙ୍ଗ ଠାରୁ ଦୂରେଇ ରୁହନ୍ତୁ । ପାଠ ପଢାରେ ମନ ଦୁର୍ବଳ ରହିବ । ଧନୁ ରାଶି ଥିବା ବ୍ୟକ୍ତି ମାନଙ୍କର ଆୟ ମଧ୍ୟମ ଧରଣର ରହିବ ।କୁମ୍ଭ ରାଶିର ଲୋକମାନଙ୍କର ସ୍ଵାସ୍ଥ ଅବସ୍ତା ଭଲ ନ ରହିପାରେ । ଆୟ ଠାରୁ ବେୟ ଅଧିକ ହେବ ।

ପାରିବାରିକ ଜୀବନରେ ଅସୁବିଧା ହେବା ସହ ଚାକିରିରେ ଅନାଦର ଘଟିବ । ମୀନ ରାଶିଙ୍କର କାହା ସହିତ ସମ୍ପର୍କ ଭାଙ୍ଗି ଯାଇପାରେ। ଚାକିରିରେ ଅଭିଯୁକ୍ତ ହୋଇ ନିରାଶ ହୋଇ ପଡିବେ । ଗୁରୁବାର ଦିନ ବ୍ରାହ୍ମଣ ମାନଙ୍କୁ ହଳଦିଆ ବସ୍ତ୍ର ସହିତ କିଛି ଦକ୍ଷିଣ ଦାନ କରନ୍ତୁ । ଏହା କରିବା ଦ୍ଵାରା ଯେଉଁ ମାନଙ୍କ ପାଇଁ ବୃହସ୍ପତି ଚଳନ ଭଲ ରହୁନାହିଁ, ସେମାନଙ୍କ ପାଇଁ ମଙ୍ଗଳ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button