ରାଜ୍ୟ

ଆଉ ଜଣେ ମାତାଲ ଯୁବତୀଙ୍କ ଉତ୍ପାତ: ଗୋଇଠା ମାଡ଼ରେ ମହିଳା ପୁଲିସ ଲହୁଲୁହାଣ

ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜଧାନୀରେ ମାତାଲ ମହିଳାମାନଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ପଟିଆ ଷ୍ଟେସନ୍ରୋଡ୍ରୁ ଉଦ୍ଧାର ହୋଇଥିବା ବାର୍ଗାର୍ଲଙ୍କଠାରୁ ଆରମ୍ଭ କରି କଳ୍ପନା ଛକରେ ଓ ଖଣ୍ଡଗିରି ଥାନାରେ ନିଶାରେ ଚୁର୍ ମହିଳାମାନେ ଉତ୍ପାତ କରି ରାଜଧାନୀରେ ଚର୍ଚ୍ଚାର ଖୋରାକ ପାଲଟିଛନ୍ତି। ଗତକାଲି ପୁଣି ଏକ ନଗ୍ନ ନମୁନା ଦେଖିବାକୁ ମିଳିଥିଲା କଳ୍ପନା ଛକ ଅଞ୍ଚଳରେ।

ନିକଟସ୍ଥ କୌଣସି ବାର୍ରୁ ପେଟେ ମଦ ପିଇ ଆସିଥିବା ଜଣେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ ପିସିଆର୍ ପୁଲିସକୁ ନୟାନ୍ତ କରିଥିଲା। ପୁରୁଷ ପୁଲିସ କର୍ମଚାରୀମାନେ ଉନ୍ମତ୍ତ ଯୁବତୀଙ୍କ ପାଖ ମାଡ଼ି ନଥିଲେ। ତେଣୁ ଏକାକୀ କାବୁ କରିବାକୁ ଯାଇ ଯୁବତୀଙ୍କ ଗୋଇଠା ମାଡ଼ରେ ମହିଳା ପୁଲିସ ଅଧିକାରୀ ଲହୁଲୁହାଣ ହୋଇଥିଲେ। ଶେଷରେ ମହିଳା ଉଠାଦୋକାନୀଙ୍କ ସହଯୋଗରେ ଯୁବତୀଙ୍କୁ କାବୁ କରାଯାଇ ହସ୍ପିଟାଲ୍ ନିଆଯାଇଥିଲା।

ଆଉ ଜଣେ ମାତାଲ ଯୁବତୀଙ୍କ ଉତ୍ପାତ
ପାଖ ମାଡ଼ିଲେନି ପୁରୁଷ ପୁଲିସ

ଘଟଣାଟି ଥିଲା ଏମିତି। ଗତକାଲି ଅପରାହ୍ଣରେ କଳ୍ପନା ଛକସ୍ଥିତ ଏକ ପାଇକାରୀ ବସ୍ତ୍ରାଳୟ ସମ୍ମୁଖରେ ମାତାଲ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା। ସର୍ଟ ଜିନ୍ସ ଓ ଢିଲା ଟି-ସାର୍ଟ ପିନ୍ଧା ଯୁବତୀଜଣକ ଉଚ୍ଚଶିକ୍ଷିତା ଭଳି ଜଣାପଡ଼ୁଥିଲେ। କିନ୍ତୁ ସେ ନିଶାରେ ଏମିତି ଉନ୍ମତ୍ତ ହୋଇଯାଇଥିଲେ ଯେ ସବୁ କିଛି ଭୁଲିଯାଇଥିଲେ। ଟଳମଳ ହୋଇ ରାସ୍ତାର ଗୋଟିଏ ମୁଣ୍ଡରୁ ଅପର ମୁଣ୍ଡକୁ ଯା’ଆସ କରୁଥିବା ଯୁବତୀଙ୍କ ପାଟିରୁ ଭାଷା ଅଭାଷା ଅନର୍ଗଳ ବାହାରୁଥିଲା। ଏଭଳି ଦୃଶ୍ୟକୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ପିସିଆର୍ ସେଠାରେ ପହଞ୍ଚିଥିଲା। ମହିଳା ପୁଲିସ ଅଧିକାରୀଜଣକ ଗାଡ଼ିରୁ ଓହ୍ଲାଇ ମାତ୍ରେ ତାଙ୍କୁ ଦେଖି ଯୁବତୀଙ୍କ ଉତ୍ପାତ ଆହୁରି ବଢ଼ିଯାଇଥିଲା। ମହିଳା ଅଧିକାରୀ ତାଙ୍କୁ କାବୁ କରିବାକୁ ଉଦ୍ୟମ କଲା ବେଳେ ସେ ତାଙ୍କୁ ଠେଲାପେଲା କରିଥିଲେ। ମାତାଲ ଯୁବତୀଙ୍କ ବଳ ଆଗରେ ମହିଳା ପୁଲିସ ଅଧିକାରୀ ଏକପ୍ରକାର ହାର୍ ମାନିଥିଲେ। ତାଙ୍କୁ ଗାଡ଼ି ଭିତରକୁ ନେବା ବେଳେ ସେ ମହିଳା ପୁଲିସ ଅଧିକାରୀଙ୍କୁ ଶକ୍ତ ଗୋଇଠା ମାରି ପଛକୁ ହଟାଇଦେଇଥିଲେ। ଏସବୁ ଦେଖୁଥିଲେ ବି ପୁରୁଷ ପୁଲିସ କର୍ମଚାରୀମାନେ ତାଙ୍କ ପାଖ ମାଡ଼ିନଥିଲେ। ତେଣୁ ମହିଳା ପୁଲିସ ଅଧିକାରୀ ସେଠାରେ ଉଠାଦୋକାନ କରିଥିବା କିଛି ମହିଳାଙ୍କ ସହାୟତା ନେଇଥିଲେ। ୩ ମହିଳା ଉଠାଦୋକାନୀ ମ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button