ଦେଶ- ବିଦେଶ

ଆରପାରିରେ ମିଥୁନଙ୍କ ପ୍ରଥମ ପତ୍ନୀ ହେଲେନା, ଦେହାନ୍ତର କିଛି ସମୟ ପୂର୍ବ ଲେଖିଥିଲେ-ଅଜବ ଲାଗୁଛି

ମୁମ୍ଵାଇ ୦୫।୧୧; ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ତଥା ଅଭିନେତ୍ରୀ ହେଲେନା ଲୁକ। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ରବିବାର ଦିନ ସେ ଆମେରିକାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ସୋସିଆଲ ମିଡିଆରେ ହେଲେନାଙ୍କ ଦେହାନ୍ତ ବିଷୟରେ ଅଭିନେତ୍ରୀ-ନୃତ୍ୟଶିଳ୍ପୀ କଳ୍ପନା ଆୟର ସୂଚନା ଦେଇଛନ୍ତି। ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ।

ହେଲିନା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ରେ କାମ କରିଥିଲେ। ଯାହା ତାଙ୍କୁ ବହୁତ ଲୋକପ୍ରିୟ କରିଥିଲା ।

ଯୋଗୀତା ବାଲିଙ୍କୁ ବିବାହ କରିବା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ହେଲେନା ଲୁକଙ୍କୁ ବିବାହ କରିଥିଲେ। ଦୁଇ ତାରକାଙ୍କ ସମ୍ପର୍କ କେବଳ କିଛି ମାସ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ଚାରିମାସ ବିବାହ ପରେ ମିଥୁନ ଏବଂ ହେଲେନା ପରସ୍ପରଠାରୁ ଅଲଗା ହୋଇଥିଲେ। ପରେ ଦୁହେଁ ଛାଡପତ୍ର ନେଇଥିଲେ।

ହେଲେନାର ଶେଷ ପୋହେଲେନା ଲୁକ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିଲେ। ସେ ରବିବାର ସକାଳ ପ୍ରାୟ ୯.୨୦ ସମୟରେ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏହା ଲେଖାଥିଲା, “ଅଜବ ଅନୁଭବ ହେଉଛି। ମିଶ୍ରିତ ଭାବନା ଅଛି ଏବଂ ଜଣାନାହିଁ ଏମିତି କାହିଁକି । ମୁଁ ଦ୍ଵନ୍ଦରେ ଅଛି ।

ବିବାହ କେବେ ହୋଇଥିଲା?

ମିଥୁନ ଚକ୍ରବର୍ତ୍ତୀ ୧୯୭୯ରେ ମଡେଲ ଏବଂ ଅଭିନେତ୍ରୀ ହେଲେନା ଲୁକଙ୍କୁ ବିବାହ କରିଥିଲେ। ସେତେବେଳେ ହେଲେନା ଜାଭେଦ୍ ଖାନଙ୍କ ସହ ପାଞ୍ଚ ବର୍ଷର ସମ୍ପର୍କ ପରେ ବ୍ରେକଅପ୍ କରିଥିଲେ। ବିବାହ କରିବାର ନିଷ୍ପତ୍ତିର କିଛି ମାସ ମଧ୍ୟରେ ଭୁଲ ପ୍ରମାଣିତ ହୋଇଥିଲା ଏବଂ ପରେ ଦୁହେଁ ଛାଡପତ୍ର ନେଇଥିଲେ ।

ବିବାହ ଭାଙ୍ଗିବା ପରେ ହେଲେନା କ’ଣ କହିଥିଲେ?

ମିଥୁନଙ୍କ ସହ ତାଙ୍କ ବିବାହ ଭାଙ୍ଗିବାର ପ୍ରାୟ ତିନି ବର୍ଷ ପରେ ଏକ ଗୁଜବ ପ୍ରଚାରିତ ହେବାକୁ ଲାଗିଲା ଯେ ହେଲେନା ପୁଣିଥରେ ମିଥୁନଙ୍କ ସହ ସବୁ ଠିକ୍ କରିବାକୁ ଚାହୁଁଛନ୍ତି। ତେବେ ସେତେବେଳକୁ ମିଥୁନ ଯୋଗିତା ବାଲିଙ୍କୁ ବିବାହ କରିଥିଲେ। ସେହି ସମୟରେ ଏକ ସାକ୍ଷାତକାରରେ ହେଲିନା କହିଥିଲେ ଯେ ଭଲ ହୋଇଥାନ୍ତା ଯଦି ଏହି ବିବାହ ହୋଇ ନଥାନ୍ତା। ମୋର ଏହି ଚାରି ମାସର ବିବାହ ମୋ ପାଇଁ ଏକ ଅଜବ ସ୍ଵପ୍ନ ପରି। ମୁଁ ବାସ୍ ଏହା ଭାବେ ଯେ ଯଦି ଏହି ବିବାହ ନ ନଥାନ୍ତା ଭଲ ହୋଇଥାନ୍ତା | ସେ ହିଁ ମୋର ବ୍ରେନ୍ୱଶ କରିଥିଲେ। ମୋତେ ଭରସା କରି କହିଥିଲେ ଯେ ମୋ ପାଇଁ ଉପଯୁକ୍ତ ବ୍ୟକ୍ତି । ଦୁଃଖର ବିଷୟ ହେଉଛି ସେ ମଧ୍ୟ ଏଥିରେ ସଫଳ ହୋଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button