ସ୍ତ୍ରୀ ର ଦ୍ୱିତୀୟ ବିବାହ କୁ ସହିନପାରି ସ୍ତ୍ରୀ କୁ ହତ୍ୟା କଲା ପ୍ରଥମ ସ୍ବାମୀ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଗତ ୨୬ ତାରିଖ ଦିନ ଏକ ଅଜଣା ମହିଳା ଙ୍କ ଶବ କୁ ଶେରଗଡ ପୋଲିସ ଉଦ୍ଧାର କରିଥିଲା। ମହିଳା ଙ୍କ ପରିଚୟ ଜଣା ନପଡିବାରୁ ଉକ୍ତ ଶବ କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରେ ସଂରକ୍ଷିତ ରଖାଯାଈଥିଲା ଏବଂ ଶବକୁ ଚିହ୍ନଟ ଲାଗି ଗଞ୍ଜାମ ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଆଯାଇଥିଲା। ଏହା ପରେ ବଡଗଡ ଥାନା ରେ ଝୁମୁରି ନାହାକ ଓରଫ ଲକ୍ଷ୍ମୀ (୨୪) ନାମକ ମହିଳା ନିଖୋଜ ଥିବା ମୌଖିକ ଭାବେ ଜଣାଈଥିଲେ।
ଏହି ଠାରୁ ଶେରଗଡ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣା ରୁ ପ୍ରକାଶ ଯେ,ପୋଲସରା ଥାନା ଅନ୍ତର୍ଗତ ପୋଲସରା ଅନ୍ତର୍ଗତ ଆଡୁଆ ସାହିର ବରଜ ନାହାକ ଙ୍କ ଝିଅ ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ର ଧୋବା ନାହାକ ଙ୍କ ପୁଅ ପିଣ୍ଟୁ (୨୪) ବୈଦିକ ରୀତିନୀତି ଅନୁଯାୟୀ ୫ ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କ ଔରସରୁ ଏକ ୩ ବର୍ଷର ପୁଅ ରହିଛି। ଈତି ମଧ୍ୟରେ ଲକ୍ଷ୍ମୀ ସ୍ବାମୀ ପିଣ୍ଟୁ ଙ୍କ ସମ୍ପର୍କୀୟ ଭାଈ ବଡଗଡ ଥାନା ମାଣିକ୍ୟପୁର ଗ୍ରାମର ସ୍ବର୍ଗତ ଅଙ୍ଗଦ ନାହାକ ଙ୍କ ପୁଅ କୃଷ୍ଣ ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଲକ୍ଷ୍ମୀ ପିଣ୍ଟୁ ଏବଂ ପୁଅ କୁ ଛାଡି କୃଷ୍ଣ ଙ୍କ ସହିତ ମାଣିକପୁର ରେ ସ୍ବାମୀ ସ୍ତ୍ରୀ ଭଳି ରହୁଥିଲେ। ପିଣ୍ଟୁ ସ୍ତ୍ରୀ ଛାଡି ଯିବା ଘଟଣା କୁ ଭୁଲିନପାରି ପ୍ରତିଶୋଧ ନେବା ଲାଗି ସୁଯୋଗ ଅପେକ୍ଷା ରେ ଥିଲେ। ଈତି ମଧ୍ୟରେ କୃଷ୍ଣ ଲକ୍ଷ୍ମୀ ଙ୍କୁ ଛାଡି ହାଈଦ୍ରାବାଦ କୁ କାମ କରିବା ଲାଗି ପଳାଈଥିଲେ। ଏହାର ସୁଯୋଗ ନେଇ ପିଣ୍ଟୁ ଗତ ୧୫ ତାରିଖ ଦିନ ମାଣିକପୁର ଗ୍ରାମରେ ପହଞ୍ଚି ଲକ୍ଷ୍ମୀ ଙ୍କୁ ପୁଅ କାନ୍ଦୁଛି ବୋଲି କହି ସାଥିରେ ଯିବା ଲାଗି ବାଧ୍ୟ କରିଥିଲେ କିନ୍ତୁ ଲକ୍ଷ୍ମୀ ପିଣ୍ଟୁ ସହିତ ଯିବା ଲାଗି ସହମତି ହୋଈନଥିଲା ଏବଂ ଫେରାଇ ଦେଈଥିଲା।
ପୁଣି ଗତ ୧୭ ତାରିଖ ଦିନ ପିଣ୍ଟୁ ଏବଂ ତାଙ୍କ ସାଙ୍ଗ ତାଙ୍କ ଗ୍ରାମର ବାବୁ ନାହାକ ଙ୍କ ପୁକ ତୀର୍ଥ ନାହାକ (୨୩) ଙ୍କ ସହିତ ମିଶି କଳା,ଲାଲ ରଙ୍ଗର ହୋଣ୍ଡା ସାଈନ ବାଈକ ଓଡି୦୭ଏୟୁ-୬୮୮୭ ରେ ମାଣିକପୁର ଗ୍ରାମରେ ପହଞ୍ଚି ଥିଲେ ଏବଂ ପୁଣି ପୁଅ କାନ୍ଦୁଛି କହି ଲକ୍ଷ୍ମୀ ଙ୍କୁ ସାଥିରେ ଯିବା ଲାଗି ବାଧ୍ୟ କରିଥିଲେ। ଦିନ ୨ ଟା ସମୟରେ ମାଣିକପୁର ରୁ ବାହାରି ପୂର୍ବ ପ୍ରସ୍ତୁତି ମୁତାବକ ଢଉଗାଁ ନଯାଇ ଶେରଗଡ ଥାନା ଅନ୍ତର୍ଗତ ବାଦଗଡ ଗ୍ରାମର ଜଗନ୍ନାଥ ବିଦ୍ୟାପୀଠ ପଛରେ ଥୁ ଠାକୁରାଣୀ ମନ୍ଦିର ପଛପଟକୁ ନେଇ ହତ୍ୟା କରି ସେଠାରୁ ଫେରାର ହୋଈଯାଈଥିଲେ। ଶବ ଦୀର୍ଘ ୮ ରୁ ୯ ଦିନ ସଢିବା ପରେ ଜଣେ ବ୍ୟକ୍ତି ଶବକୁ ଦେଖି ଶେରଗଡ ପୋଲିସ କୁ ଖବର ଦେଈଥିଲେ। ଶେରଗଡ ଥାନାଧିକାରୀ ବରେନ୍ଦ୍ର ସିଅଳ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଈ ତଦନ୍ତ ଆରମ୍ଭ କରାଯାଈଥିଲା ଏବଂ ଆଜି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ପ୍ରଥମ ସ୍ବାମୀ ପିଣ୍ଟୁ ଏବଂ ସାଙ୍ଗ ତୀର୍ଥ ଙ୍କୁ ନିଜ ପୈତୃକ ବାସଭବନ ରୁ ଗିରଫ କରିବାରେ ସକ୍ଷମ ହୋଈଥିବା ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ ସମୟରେ ଶେରଗଡ ଥାନାର ଏସାଆଈ ସତ୍ୟଜିତ ବେଣିଆ, ଏସାଆଈ ସରଲତା ପ୍ରଧାନ, ଏଏସଆଇ କିଶୋର ଚନ୍ଦ୍ର ପାଳ, ଏଏସଆଇ ସମୀର କୁମାର ସୁନା,ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ଙ୍କ ସହିତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।