ଦେଶ- ବିଦେଶ

କ’ଣ ଆପଣ ଜାଣିଛନ୍ତି Sudama କାହିଁକି ଗରିବ ହେଲେ ? ଜାଣନ୍ତୁ ଏହା ପଛର ଭଗବାନଙ୍କ ଲୀଳା

ସୁଦାମ କାହିଁକି ଗରିବ ହେଲେ ? ଗୋଟିଏ ଗାଁ ରେ ଭହୁତ ଗରିବ ବୁଢ଼ୀ ଟିଏ ରହୁଥାଏ ସେ ସବୁ ଦିନ ଭିକ ମାଗିବାକୁ ଯାଏ ସେଥିରୁ ଯାହା ପାଏ ଘରକୁ ଆସି ପ୍ରଥମେ ଭୋଗବାନ କୃଷ୍ଣ କୁ ଦିଏ ତାପରେ ସେ ସେହି ଭୋଗ କୁ ଖାଏ ସେ ଭୋଗବାନ କୃଷ୍ଣ ଙ୍କର ଗୋଟିଏ ବଡ ଭକ୍ତ ଥିଲା ସେଇଥିପାଇଁ ସେ ସବୁ ବେଳେ ଭୋଗବାନ ଙ୍କ ଆରାଧନା କରୁଥାଏ |ଦିନେ ସେ ଘରୁ ବାହାରି ଗଲା ଭିକ ମାଗିବା ପାଇଁ ସେହି ଦିନ କିଛି ପାଇଲା ନାହିଁ ଖାଲି ହାତରେ ଫେରି ଅଶିଲା ତା ପରେ ପାଣି ପି ଭୋଗବାନ ଙ୍କୁ ଡାକି ଶୋଇପଡ଼ିଲା |

କିନ୍ତୁ ପର ଦିନ ଫୁଣି ବାହାରିଲା ଭିକ ମାଗିବା ପାଇଁ କିନ୍ତୁ ସେ ଦିନ ବି କିଛି ପାଇଲା ନାହିଁ ଘରକୁ ଅଶୀ ଭୋଗବାଙ୍କ ନାମ ଧରି ଭୋକ ଉପାସରେ ଶୋଇପଡ଼ିଲା | ତା ପରେ ଗୋଟିଏ ଦିନ ସେ ଭିକ ମାଗିବା ପାଇଁ ଗଲା ତାକୁ କିଛି ଚଣା ମିଳିଗଲା କିନ୍ତୁ ସେଦିନ ଘରକୁ ଫେରୁ ଫେରୁ ରାତି ହୋଇଗଲା ବୁଡି ଟି ଭାବିଲା ଆଜି ଏହି ଚନାଟିକୁ ରଖିଦେଇଥିବି କାଲି ସଖାଳୁ ପ୍ରଥମେ ଭୋଗବାନ ଙ୍କୁ ଦେବୀ ତା ପରେ ଖାଇବି ଏହା ଭାବି ଶୋଇପଡ଼ିଲା |

କିନ୍ତୁ ସେହିଦିନ ରାତି ରେ କିଛି ଚୋର ସେ ଗାଁ କୁ ଆସିଥାନ୍ତି ଏବଂ ବୁଡି ର ଘର କୁ ପଶିଯାନ୍ତି ଦୁଆର ପାଖରେ ଚଣାପୁଟୁଳି ଦେଖି ଚୋର ମାନେ ନେଇଁ ଯାଆନ୍ତି ଯିବା ରାସ୍ତା ରେ ସେମାନେ ଦେଖନ୍ତି ଯେ ପୁଟୁଳି ରେ କଣ ଅଛି ଫୁଟୁଳି ଭିତରେ ଚଣା ଥିବା ଦେଖି ପୁଟୁଳି ଫପାଡ଼ି ଦିଅନ୍ତି ଯେଉଁଠି ଫପାଡ଼ି ଦେଇଥିଲେ ସେହିଠାରେ ଗୋଟିଏ ଆଶ୍ରମ ଥିଲା ଯୋଉ ଆଶ୍ରମରେ ଭୋଗବାନ କୃଷ୍ଣ ଏବଂ ସୁଦାମ ଶିଖା ଲାଭ କରୁଥିଲେ | ସଖାଳୁ ଗୁରୁମା ଝାଡୁ କରିବା ସମୟରେ ସେ ଫୁଟୁଳିକୁ ପାଆନ୍ତି ତାକୁ ଘରକୁ ନେଇଯାନ୍ତି | ଏପଟେ ବୁଡି ଟି ତାର ଚଣା ନ ପାଇଁ ଅଭିଶାପ ଦେଇଦିଏ |

ଯିଏ ବି ଏହି ଚଣା ଖାଇବ ମୋ ଠାରୁ ଅଧିକ ଗରିବ ହୋଇଯିବ ଯେତେ ବେଳେ କାଠ ଆଣିବାକୁ ଗୁରୁମା ସୁଦାମା କୁ ଜଙ୍ଗଲ କୁ ପଠାନ୍ତି ସାଙ୍ଗରେ ଚଣା ର ପୁଟୁଳି ଦିଅନ୍ତି ଆଉ କହନ୍ତି ଭୋକ ଲାଗିଲେ ଖାଇଦେବ | କିନ୍ତୁ ସୁଦାମ ଚଣା କୁ ଧରିବା ମାତ୍ର ଚଣା ର ପଛରେ ଥିବା ସବୁ ରହସ୍ୟ ଜାଣିପାରନ୍ତି ନିଜର ବନ୍ଧୁ କୁ ବଞ୍ଚାଇବା ଆଶାରେ ସାରା ଜୀବନ ଗରିବ ର ରାସ୍ତା ବାଛି ନିଅନ୍ତି ସବୁ ଚଣା ଏକୁଟିଆ ଖାଇଦିଅନ୍ତି |ସତରେ ସେଦିନ ସୁଦାମ ତାଙ୍କ ବନ୍ଧୁ ତା ପାଇଁ କେତେ କଣ କରିଥିଲେ |ଏବେ ଜାଣିଲେ ତ ସୁଦାମା କଣ ପାଇଁ ଗରିବ ଥିଲେ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button