ଦେଶ- ବିଦେଶ

ସୁପରେ ବିଷ ମିଶାଇ ପୁର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେଲା ପ୍ରେମିକା, ଚାଲିଗଲା ୫ ଜୀବନ

ପ୍ରେମ ହେଉଛି ଶାଶ୍ୱତ, ସୁନ୍ଦର ଓ ଚିରନ୍ତନ । ପ୍ରେମର ପରିଭାଷା ସବୁଠାରୁ ସ୍ୱତନ୍ତ୍ର । ଯେତେବେଳେ ପ୍ରେମ ସଫଳ ହୁଏ ସେତେବେଳ ପ୍ରେମର ସ୍ମୃତି ପାଲଟିଥାଏ ଇତିହାସ କିନ୍ତୁ ଯେତେବେଳେ ଏହି ମଧୁର ସମ୍ପର୍କରେ ଫାଟ ସୃଷ୍ଟି ହୁଏ ତାହେଲେ ସବୁକିଛି ଓଲଟି ଯାଏ । ହଁ ଆଜ୍ଞା ପୁର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମକା ଜଣକ କିଭଳି ବର୍ବରକାଣ୍ଡ ଭିଆଇବାକୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି ଓ କେମିତି ଯୁବତୀ ଜଣଙ୍କ ପ୍ରତିଶୋଧ ନେବାପାଇଁ ଯୋଜନା କରି ସଫଳ ହୋଇଛନ୍ତି ଏବଂ ଶେଷରେ ପୋଲିସ ହାତରେ ଗିରଫ ହୋଇଛନ୍ତି ।

 

ଏଭଳି ଘଟଣା ଘଟିଛି ନାଇଜେରିଆର ଏଡି ରାଜ୍ୟର । ପୂର୍ବତନ ପ୍ରେମିକଙ୍କ ସହ ପ୍ରତିଶୋଧ ନେବା ପାଇଁ ଯୁବତୀ ଜଣଙ୍କ ସୁପରେ ବିଷ ମିଶାଇ ଦେଇଛନ୍ତି । ଏହି ବିଷ ମିଶିଥିବା ସୁପ ପିଇବା ଦ୍ୱାରା ୫ ଜଣଙ୍କ ଜୀବନ ଚାଲି ଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଚି ତଦନ୍ତ ଆରମ୍ଭ କରିଛି । ଏହାପରେ ଯୁବତୀଙ୍କୁ ପୋଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରହିଛି । ତେବେ ପ୍ରତିଶୋଧ ନେବାର ଏକ ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଡେଲି ରିପୋର୍ଟ ଅନୁସାରେ ପରିବାରର ଲୋକ ଗୋଟିଏ କୋଠରୀରେ ବନ୍ଦ ପଡିଥିବାର ଦେଖା ଯାଇଥିଲା ।

ପରିବାର ଲୋକେ ବାହାରକୁ ଯାଇଥିଲେ । ଯେତେବେଳେ ସେମାନେ ଘରକୁ ପ୍ରବେଶ କରିଥିଲେ ସେହି ସମୟରେ ଘରେ କେହି ନଥିବା ଦେଖିଥିଲେ । ଯେତେବେଳେ ଖୋଜାଖୋଜି କରିଥିଲେ ଘର ଲୋକଙ୍କୁ ପାଇନଥିଲେ ସେହି ସମୟରେ ଏକ କୋଠରୀ ବନ୍ଦ ରହିଥିବା ଦେଖିଥିଲେ । ଯାହାକୁ ଦେଖି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେଠାରେ ୫ ଜଣ ବ୍ୟକ୍ତି ମୃତ ପଡିଥିବାର ଦେଖିଥିଲେ । ଏହି ବିଶାକ୍ତ ସୁପ ପିଇବା ଦ୍ୱାରା ସେମାନଙ୍କ ଜୀବନ ଚାଲି ଯାଇଥିଲା । ଏହି ପୁରା ଘଟଣାଟି ଗୋଟିଏ ଯୁବତୀଙ୍କ ପାଇଁ ଘଟିଥିବା ଜଣା ପଡିଥିଲା । ଯିଏ କି ନିଜର ପୁର୍ବ ପ୍ରେମିକ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲା ।

ଯେଉଁଥିପାଇଁ ନିଜର ପୁର୍ବ ପ୍ରେମିକ ପ୍ରତି ରାଗରଖି ସୁପରେ ବିଷ ମିଶାଇ ଦେଇଥିଲା । ସେହି ଯୁବତୀଙ୍କ ଉଦେଶ୍ୟ କେବଳ ପୁର୍ବ ପ୍ରେମିକ ଥିଲା କିନ୍ତୁ ଅଜାଣତରେ ଆଉ ୪ ଜଣଙ୍କ ଜୀବନ ଚାଲି ଯାଇଥିଲା । ସେମାନଙ୍କ ଭିତରେ ଦୁଇ ଭାଇ ଥିଲେ ଓ ସେମାନଙ୍କର ୩ ଜଣ ସାଙ୍ଗ ମଧ୍ୟ ସେଠାରେ ଥିଲେ । ବିଶାକ୍ତ ସୁପକୁ ଯୁବତୀ ପିଇବା ପରେ ସେମାନଙ୍କ ସାଙ୍ଗମାନଙ୍କୁ ମଧ୍ୟ ଦେଇଥିଲେ । ସ୍ଥାନୀୟ ପୋଲିସଙ୍କ ସହାୟତାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା ।

ଏଡି ଷ୍ଟେଟ ପୋଲିସ କମାଣ୍ଡ ପ୍ରବକ୍ତା ମୁସା ୟାମୁ କହିଛନ୍ତି କି ମୃତ୍ୟୁ କେମିତି ହୋଇଛି ତାହାର ସଠିକ କାରଣ କଣ ତାହାର ତଦନ୍ତ କରାଯାଉଛି । ଯାହାକି ଖାଦ୍ୟରେ ମିଶିଥିବା ବିଷ କିମ୍ବା ଜେନେରେଟରରେ ବାହାରୁଥିବା ବିଶାକ୍ତ ଧୁଆଁ ଦ୍ଵାରା ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button