ଦେଶ- ବିଦେଶ

ଏନ୍‌ଡିଏର ୧୦୦ ଦିନିଆ କାର୍ଯ୍ୟକ୍ରମ ଶସ୍ତା ପିଆର୍‌ ଷ୍ଟଣ୍ଟ୍‌: ଖର୍ଗେ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟକୁ ନେଇ ଏବେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ। ମୋଦୀ କହିଥିଲେ ଯେ କର୍ଣ୍ଣାଟକ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି।

ତାହାର ଜବାବରେ ଖର୍ଗେ କହିଛନ୍ତି, ”ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଛି।

ଏନ୍ଡିଏର ୧୦୦ ଦିନିଆ କାର୍ଯ୍ୟକ୍ରମ ହେଉଛି ଲୋକ ଦେଖାଣିଆ। ଏହା ଏକ ପିଆର୍ ଷ୍ଟଣ୍ଟ୍। ମିଥ୍ୟା, ପ୍ରତାରଣା, ଜାଲିଆତି, ଲୁଟ୍ ଏବଂ ପ୍ରଚାର ପାଇଁ କେନ୍ଦ୍ରରେ ଏନ୍ଡିଏ ସରକାର ବେଶ୍ ପରିଚିତ।’’ ଖର୍ଗେ ଏକ ଦୀର୍ଘ ଏକ୍ସ ପୋଷ୍ଟ୍ କରି ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସେ ବିଜେପିର ‘ବି’ ଓ ‘ଜେ’ର ମାନେ ‘ବିଟ୍ରାଏଲ୍’ ଏବଂ ‘ଜୁମ୍ଲା’ ବୋଲି କହିଛନ୍ତି। ଯାହାର ଅର୍ଥ ହେଉଛି ‘ମିଥ୍ୟା ପ୍ରତିଶ୍ରୁତି’।

ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ଇସି ( ନିର୍ବାଚନ କମିସନ) ତାହାକୁ ଖଣ୍ଡନ କରିବା ସହ କଂଗ୍ରେସର ‘ଭିତ୍ତିହୀନ ଅଭିଯୋଗ’ ନେଇ ବର୍ଷିଥିଲେ। କଂଗ୍ରେସ ଗତକାଲି ଇସିକୁ ଏହାର ଜବାବ ଦେଇଛି। ନିର୍ଦ୍ଦିଷ୍ଟ ଭାବେ ଇସି ବ୍ୟବହାର କରିଥିବା ଭାଷାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ନିକଟକୁ ଏକ ଚିଠି ଲେଖି କଂଗ୍ରେସ କହିଛି, ହରିୟାଣା ନିର୍ବାଚନ ସଂକ୍ରାନ୍ତରେ କଂଗ୍ରେସ ଦଳର ଅଭିଯୋଗ ଉପରେ ଇସି ଯେଉଁ ଜବାବ ଦେଇଛନ୍ତି ତାହା କିଛି ନୂଆ କଥା ନୁହେଁ। ଇସି ଚିରାଚରିତ ଢଙ୍ଗରେ ଜବାବ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button