ଦେଶ- ବିଦେଶ

କର୍ଣ୍ଣାଟକ ଦଳିତ ବସ୍ତିରେ ହିଂସାକାଣ୍ଡ ମାମଲା: ୯୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକର କୋପ୍ପାଲରେ ଏକ ଜିଲ୍ଲା ଅଦାଲତ ଐତିହାସିକ ରାୟ ଦେଇ ଦଳିତ ବସ୍ତିରେ ହିଂସାକାଣ୍ଡ ନିମନ୍ତେ ୯୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୪ ଅଗଷ୍ଟ ୨୮ ତାରିଖରେ କୋପ୍ପାଲ ଜିଲ୍ଲାର ମାରାକୁମ୍ବି ଗାଁରେ ଏହି ଘଟଣା ଘଟିଥିଲା। ଏହି ମାମଲାରେ ଅକ୍ଟୋବର ୨୧ତାରିଖରେ କୋର୍ଟ ୧୦୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ରାୟ ଶୁଣାଇଛନ୍ତି।

୨୦୧୪ ଅଗଷ୍ଟ ୨୭ ତାରିଖରେ ଫିଲ୍ମ ଟିକେଟକୁ ନେଇ କିଛି ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଅଗଷ୍ଟ ୨୮ ତାରିଖ ରାତିରେ ଉଚ୍ଚ ଜାତିର ଲୋକମାନେ ଅନୁସୂଚିତ ଜାତିର ଲୋକଙ୍କ ଘରେ ନିଆଁ ଲଗାଇଦେବା ସହ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। । ସେହି ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବହୁ ପ୍ରୟାସ କରିବାକୁ ପଡ଼ିଥିଲା।

ମଞ୍ଜୁନାଥ ନାମକ ଜଣେ ବ୍ୟକ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଘଟଣାଦିନ ସେ ତା’ର ଜଣେ ବନ୍ଧୁଙ୍କ ସହ ଏକ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲା। ସେଠାରେ ଟିକେଟକୁ ନେଇ ଜଣେ ଅଜଣା ବ୍ୟକ୍ତି ସହ ସେମାନଙ୍କର ଝଗଡ଼ା ହୋଇଥିଲା। ଗାଁକୁ ଫେରିବା ପରେ ସେ ଅନ୍ୟମାନଙ୍କୁ କହିଥିଲା ସେ ଅନୁସୂଚିତ ଜାତିର ଜଣେ ଯୁବକ ତାକୁ ମାଡ଼ ମାରିବା ସହ ଗାଳିଗୁଲଜ କରିଛି। ଏହାକୁ ନେଇ ଉଚ୍ଚ ବର୍ଗର ଲୋକେ ମେଳି ହୋଇ ଦଳିତଙ୍କ ବସ୍ତି ଉପରେ ଭୀଷଣ ଆକ୍ରମଣ କରିଥିଲେ ଏବଂ ଘରଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ୧୦ ବର୍ଷର ଶୁଣାଣି ଭିତରେ ୧୧ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ତଦନ୍ତ ବେଳେ ଦୁଇ ଜଣ ଅଭିଯୁକ୍ତ ମଧ୍ୟ ନାବାଳକ ବୋଲି ଜଣାପଡ଼ିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button