ପାଣି ପିଇବାର ସଠିକ ଉପାୟ, 21ଦିନ ଏହି ପ୍ରକାରରେ ପାଣି ପିଇଲେ ଶରୀରରେ ଯାହା ହେବ ଆପଣ ଭାବିବି ନଥିବେ, ଜାଣନ୍ତୁ
ସାଧାରଣତଃ ଆମେ ଭାବୁ କି ଆମେ ଯେତେବେଳେ ଚାହିଁବୁ, ଯେତେ ମାତ୍ରାରେ ଚାହିଁବୁ ପାଣି ପିଇ ପାରିବୁ । କିନ୍ତୁ ଏହା ବିଲକୁଲ ଭୁଲ ଅଟେ କାରଣ ପାଣି ଦେଖିବାକୁ ଯେତେ ସାଧାରଣ ଲାଗିଥିଲେ ମଧ୍ୟ ଏହା ଆମ ଶରୀରର ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ପାଇଁ ଓ ଶରୀରରେ ତିଆରି ହେଉଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ପେଟ ଠାରୁ ତ୍ଵଚ୍ଚା ପର୍ଯ୍ୟନ୍ତ ଓ ଓଜନ ବଢାଇବା ଠୁ ଓଜନ କମାଇବା ପର୍ଯ୍ୟନ୍ତ ପାଣିର ଭୂମିକା ଅଧିକ ଥାଏ । ଏଥିପାଇଁ ପାଣିର ଠିକ ମାତ୍ରା ଓ ଏହାକୁ ପିଇବାର ଠିକ ସମୟ ଓ ପାଣିକୁ କେଉଁ ପ୍ରକାରରେ ପିଇଲେ କଣ କଣ ଲାଭ ହୋଇଥାଏ ଓ କଣ କଣ କ୍ଷତି ହୋଇଥାଏ ।
ଏହି ବିଷୟରେ ଯଦି ଆପଣଙ୍କୁ ଜଣା ନଥାଏ ତେବେ ବ୍ୟକ୍ତି ଯେତେ ଭଲ ଜିନିଷ ଖାଇଲେ ମଧ୍ୟ ତାର ଠିକ ଫାଇଦା ଶରୀରକୁ ମିଳିନଥାଏ ଓ ଯାହା କାରଣରୁ ଭବିଷ୍ୟତରେ ବହୁତ ହେଲ୍ଥ ପ୍ରୋବ୍ଲେମ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପାଣି ଆମ ପାଇଁ ଜରୁରୀ କାହିଁକି ଅଟେ, ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ ଓ ଏହା ଦ୍ଵାରା ମିଳୁଥିବା ଫାଇଦା ବିଷୟରେ ।
ଆମ ଶରୀରରେ 60-70% ପାଣି ଥାଏ । ଆମେ ପିଉଥିବା ପାଣି ଆମ ଶରୀରର ସବୁ ଆଭ୍ୟନ୍ତରୀଣ ଅଙ୍ଗ ଯେମିତି କିଡନୀ, ଲିଭର, ଫୁସଫୁସ, ପାଚନ ତନ୍ତ୍ର ଓ ଶରୀରର ପ୍ରାୟତଃ ସବୁ ଅଙ୍ଗକୁ ଠିକ ଭାବରେ କାମ କରିବାରେ ଓ ଶରୀରର କୋଶିକାଗୁଡିକୁ ଜୀବିତ ରଖିବାରେ ବ୍ୟବହୃତ ହୋଇଥାଏ ।
ଶରୀରରେ ପାଣିର ଅଭାବ ହେଲେ ପରିସ୍ରା ର ରଙ୍ଗ ହଳଦିଆ ହୋଇଯାଇଥାଏ । ପାଚନ ଶକ୍ତି କମଜୋର ହୋଇଥାଏ, ତ୍ଵଚ୍ଚା ଶୁଷ୍କ ହୋଇଯାଇଥାଏ । ଏଥିପାଇଁ ପ୍ରତିଦିନ ପାଣିକୁ ଏକ ନିୟମିତ ମାତ୍ରାରେ ପିଇବା ବହୁତ ଜରୁରୀ ହୋଇଥାଏ । ପାଣିରେ 0% କ୍ୟାଲୋରି ଥିଲେ ମଧ୍ୟ ଏହା ଆମ ଶରୀରକୁ ହାଇଡ୍ରେଟ କରି ଶରୀରରୁ ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ସ୍କିନ ସଫା ରଖିଥାଏ, ସ୍ମରଣ ଶକ୍ତି, ପାଚନ କ୍ରିୟା, ଆଖି, ହାଡ ଓ ହାରାହାରି ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ରେ ପାଣି ବହୁତ ସାହାର୍ଯ୍ୟ କରିଥାଏ ।
ଗୋଟିଏ ବ୍ୟକ୍ତି ଗୋଟିଏ ଦିନରେ କେତେ ପାଣି ପିଇବା ଆବଶ୍ୟକ ଏହା ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ, ସେ ଯେଉଁଠି ରହେ ସେଠାକାର ପାଗ, ତାର ଓଜନ ଓ ତାର ଫିଜିକାଲ ଆକ୍ଟିଭିଟି ଉପରେ ନିର୍ଭର କରିଥାଏ କିନ୍ତୁ ଏକ ସାଧାରଣ ବ୍ୟକ୍ତି କୁ ଗୋଟିଏ ଦିନରେ 2.5-3 ଲିଟର ବା 8-12 ଗ୍ଳାସ ପାଣି ନିଶ୍ଚୟ ପିଇବା ଆବଶ୍ୟକ ଓ ଗରମ ଦିନରେ ଅଧିକ ଝାଳ ବୋହିବା କାରଣରୁ ପାଣିର ମାତ୍ରା ବଢାଇବା ଆବଶ୍ୟକ । ଅତ୍ୟଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଆମ କିଡନୀ ର କାମ ବଢିଯାଇଥାଏ ଓ ରକ୍ତରେ ସୋଡିୟମ ଲେଭଲ କମ ହେବାର ଚାନ୍ସ ଅଧିକ ଥାଏ ।