ସକାଳୁ ଶୀଘ୍ର ଉଠିକି ସବୁଠାରୁ ଆଗେ କ’ଣ କରିବେ ? ସକାଳୁ ଉଠି କେମିତି ନିଜର ଦିନର ଶୁଭାରମ୍ଭ କରିବେ ?
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳୁ ଉଠିବା ପରେ ସର୍ବ ପ୍ରଥମେ କ’ଣ କରିବା ଉଚିତ । କିଛି ଲୋକଙ୍କର ବହୁତ ଖରାପ ଅଭ୍ୟାସ ଅଛି ସେମାନେ ସକାଳୁ ଉଠି ଖାଲି ପେଟରେ ଚା ପିଇବାକୁ ଲାଗିଥାନ୍ତି । ଆଉ କିଛି ଲୋକ ନିଦରୁ ଉଠିବା ମାତ୍ରେ ନିଜ ମୋବାଇଲ ଫୋନ ଧରି ବସି ପଡିଥାନ୍ତି । ଖାଲି ପେଟରେ ଚା ପିଇଲେ ଆମ ପାଚନ କ୍ରିୟା ଖରାପ ହୋଇଯାଏ ଏବଂ ଗ୍ୟାସ ମଧ୍ୟ ଦେଖାଯାଏ ।
ସକାଳୁ ଉଠି ମୋବାଇଲ ଫୋନ ବ୍ୟବହାର କରିବା ଦ୍ୱାରା ଆମର ପୁରା ଦିନ ବିରକ୍ତିରେ ଚାଲିଯାଇଥାଏ । ତେଣୁ ଆମ ସକାଳର ଅଭ୍ୟାସ ଯେପରି ହେବ ଆମ ପୁରା ଦିନ ଓ ଶରୀର ସେଭଳି କାର୍ଯ୍ୟ କରିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଟିପ୍ସ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣ ଖୁସି ଭରା ଓ ସ୍ୱାସ୍ଥ୍ୟ କର ଜୀବନ ଅତିବାହିତ କରି ପାରିବେ । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା ।
1- ସର୍ବ ପ୍ରଥମେ ଆପଣ ଖାଲି ପେଟରେ ପାଣି ପିଇବାର ଅଭ୍ୟାସ କରିବା ଉଚିତ । ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ ଆପଣଙ୍କର ପୁରା ଶରୀର ସତେଜ ହୋଇଯାଏ । ଏବଂ ପାଚନ କ୍ରିୟା ଠିକ ରୁହେ । ଆମେ ଦିନକୁ ୧୨ ଗ୍ଲାସ ପାଣି ପିଇବା ଉଚିତ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆମକୁ ବହୁତ ପ୍ରକାରର ଫାଇଦା ମିଳିଥାଏ ।
2- ଦ୍ୱିତୀୟରେ ଆମର ସକାଳର ଜଳଖିଆ ରୂପେ ସାତ୍ଵିକ ଆହାର ନେବା ଉଚିତ । ଯେମିତିକି ଫଳ, କାଜୁ, ଜୁସ ଆଦି । ଏହାକୁ ସେବନ କଲେ ଆମ ଶରୀର ସୁସ୍ଥ ରୁହେ ଓ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ ।
୩. ତୃତୀୟରେ ସକାଳୁ ଉଠି ବାହାରକୁ ଚାଲିବା ପାଇଁ ଯିବା ଅର୍ଥାତ ମର୍ଣ୍ଣିଂ ୱାକ୍ କରିବାର ଆବଶ୍ୟକ ରହିଛି । ଏହା ସହିତ ଯୋଗ ଓ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ ଅଟେ । ଏହାଦ୍ବାରା ବ୍ୟକ୍ତି ଫିଟ ରହିବା ସହ ରୋଗବେମାରୀ ଠାରୁ ମଧ୍ୟ ଦୂରରେ ରହିଥାଏ ।
4- ଚତୁର୍ଥରେ ବ୍ୟାୟାମ କରିବାର କିଛି ସମୟ ପରେ ଭଲରେ ସ୍ନାନ କରିବା ଦରକାର । ଗାଧେଇବା ପରେ ଜଳଖିଆ କରିବା ଉଚିତ । ସକାଳର ଖାଇବା ସ୍ୱାସ୍ଥ୍ୟକର ଏବଂ ଭାରି ହେବା ଆବଶ୍ୟକ । କାରଣ ଏହା ଦ୍ଵାରା ଆମକୁ ପୁରା ଦିନର କାମ କରିବା ପାଇଁ ଶକ୍ତି ମିଳିଥାଏ ।
5- ପଞ୍ଚମରେ ସକାଳର ଜଳଖିଆ ହୋଇ ସାରିବା ପରେ ଏବଂ ନିଜର କାମ ଆରମ୍ଭ କରିବା ପୂର୍ବରୁ କିଛି ସମୟ ଧ୍ୟାନ ଜରୁର କରନ୍ତୁ । ପାଞ୍ଚ ମିନିଟ ର ପ୍ରାର୍ଥନା ଆମ ଶରୀର ରେ ନୂଆ ଉର୍ଜା ସୃଷ୍ଟି କରିଥାଏ । ଏହା ଛଡା ପନ୍ଦର ମିନିଟ ପର୍ଯ୍ୟନ୍ତ କୌଣସି ବହି ପଢିବା ଉଚିତ । ଏହାଦ୍ବାରା ଆମର ଜ୍ଞାନର ବୃଦ୍ଧି ହେବା ସହ ଆମ ମନକୁ ଶାନ୍ତି ମଧ୍ୟ ମିଳିବ । ସକାଳୁ ଉଠି ଫୋନ ନ ଧରି ଏହି ପାଞ୍ଚଟି କାର୍ଯ୍ୟ କଲେ ଆମେ ଖୁସି ରହିପାରିବା ଏବଂ ଆମ ଶରୀର ମଧ୍ୟ ସତେଜ ଓ ସୁସ୍ଥ ରହିବ ଏବଂ ଆମ ପାଚନ କ୍ରିୟା ମଧ୍ୟ ଠିକ ରୁହେ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ପସନ୍ଦ ଆସିଥିବ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ