ଚା’ ପିଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଚା ପିଉଥିଲେ ଥରୁଟେ ପଢନ୍ତୁ

ଚା’ ଆମ ଜୀବନରେ ଏପରି ଭାବେ ଯୋଡି ହୋଇ ଯାଇଛି କି ଆମେ ଚାହିଁ କି ମଧ୍ୟ ଏହାକୁ ଦୂରେଇ ପାରିବୁ ନାହିଁ । ଚା’ ପିଇବା ଦ୍ଵାରା ହେଉଥିବା କ୍ଷତିକୁ ତ ସବୁବେଳେ ଲୋକ କୁହନ୍ତି । ଚା’ ଆମ ଶରୀର ପାଇଁ ଯେତେ କ୍ଷତିକାରକ ହୋଇଥାଏ ତା ଠାରୁ ଅଧିକ ଏହା ଆମ ଶରୀର ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । କିନ୍ତୁ ଏହା ସେତେବେଳେ ହୋଇପାରିବ ଯେତେବେଳେ ଆମେ ଏହାକୁ କମ ମାତ୍ରାରେ ଓ କମ ଚିନି ପକାଇ ଏହାକୁ ତିଆରି କରିବା ଓ ଦିନରେ ଏହାକୁ କେବଳ ୧ ବା ୨ ଥର ଏହାକୁ ପିଇବା । ତେବେ ଚାଲନ୍ତୁ ଜାଣିବା ଚା’ ପିଇବା ଦ୍ଵାରା ଆମ ଶରୀରକୁ କଣ କଣ ଲାଭ ମିଳିଥାଏ ।
ହାର୍ଟ ପାଇଁ ଲାଭକାରୀ

ଚା’ ଆମର ହାର୍ଟଚୋକର ସମ୍ଭାବନାକୁ କମ କରିଥାଏ । ଚା ‘ ପିଇବା କାରଣରୁ ଧମନୀ ଚିକଣ ହୋଇଥାଏ ଓ ସେଥିରେ ଜମା ହୋଇଥିବା କୋଲେଷ୍ଟ୍ରୋଲ କମ ହୋଇଥାଏ । ଏଥିପାଇଁ ହାର୍ଟ ରୋଗୀଙ୍କୁ ଦିନରେ ୧ ବା ୨ ଥର ଚା ପିଇବା ଆବଶ୍ୟକ ।
ଯବାନ ରଖିଥାଏ

ଚା’ ରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଚା’ ବୟସ ବଢିବାରେ ଓ ପ୍ରଦୂଷଣର ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ ।
ହାଡକୁ ମଝବୁତ କରିଥାଏ

ଚା’ ଆପଣଙ୍କ ହାଡକୁ ମଝବୁତ କରିଥାଏ କେବଳ ଏଥିପାଇଁ ନୁହେଁ କି ଏଥିରେ କ୍ଷୀର ମିଶିଥାଏ ପରନ୍ତୁ ଗୋଟିଏ ଅଧ୍ୟୟନରେ ସେହି ଲୋକଙ୍କର ତୁଳନା ଏକ ସାଥିରେ କରାଯାଇଥିଲା ଯିଏ ଚା’ ୧୦ ବର୍ଷ ଧରି ପିଇ ଆସୁଛନ୍ତି ଓ ଯେଉଁମାନେ ଚା’ ପିଅନ୍ତି ନାହିଁ । ଏହି ଅଧ୍ୟୟନରେ ମିଳିଥିଲା ଯେଉଁମାନେ ଚା’ ପିଅନ୍ତି ତାଙ୍କର ହାଡ ବୟସ, ଅଧିକ ଓଜନ, ଧୂମ୍ରପାନ ଓ ଅନ୍ୟ କାରଣ ପରେ ବି ମଝବୁତ ହୋଇଥାଏ ।
ଦାନ୍ତ ସୁସ୍ଥ ରହେ

ଦିନରେ ୧ ବା ୨ ଥର କମ ଚିନିର ଚା’ ପିଇବା ଦ୍ଵାରା ଆପଣଙ୍କର ଦାନ୍ତ ମଝବୁତ ହୋଇଥାଏ ।