ବହୁତ ଭାଗ୍ୟଶାଳୀ ଲୋକଙ୍କୁ ମିଳିଥାଏ ଏହି ୪ ଟି ଗୁଣ ଥିବା ପତ୍ନୀ, ଦେଖନ୍ତୁ କଣ ଆପଣ ତ ନୁହଁନ୍ତି

ପ୍ରାଚୀନ ହିନ୍ଦୁଧର୍ମର କେତୋଟି ଗ୍ରନ୍ଥରେ ଏକ ଭଲ ପତ୍ନୀର ସମସ୍ତ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଗ୍ରନ୍ଥ ଦ୍ଵାରା ଜଣା ପଡେ କି ଏହି ଚାରୋଟି ଗୁଣ ଥିବା ପତ୍ନୀ ବହୁତ ଭାଗ୍ୟଶାଳି ଅଟନ୍ତି, ଅର୍ଥାତ ଯଦି କାହାର ପତ୍ନୀଙ୍କର ଏହି ୪ ଟି ଗୁଣ ଥାଏ ତେବେ ସେ ବହୁତ ଭାଗ୍ୟଶାଳି ଅଟେ । ମହାଭାରତରେ ଭୀଷ୍ମ ପିତାମହ କହିଥିଲେ କି ମହିଳାଙ୍କୁ ସବୁବେଳେ ଖୁସି ରହିବା ଦରକାର । ଏହା ଦ୍ଵାରା ପରିବାରର ସମୃଦ୍ଧି ଓ ବଂଶବୃଦ୍ଧି ହୋଇଥାଏ । ଯଦି ଏହା ନ ହୁଏ ତେବେ ପରିବାରରେ ଦୁଃଖ କଷ୍ଟ ଆସିଥାଏ ।
ଭୀଷ୍ମଙ୍କ ଛଡା କେତେକ ଧାର୍ମିକ ଗ୍ରନ୍ଥରେ ପତ୍ନୀଙ୍କର ଗୁଣ ଓ ଅବଗୁଣ ବିଷୟରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଏକ ଆଦର୍ଶ ପତ୍ନୀର ସେହି ୪ ଟି ଗୁଣ ବିଷୟରେ କହିବୁ ।

ଏହି ୪ ଟି ଗୁଣ ଥିବା ପତ୍ନୀ ଅଟନ୍ତି ବହୁତ ଭାଗ୍ୟଶାଳି
୧. ଗୃହ କାର୍ଯ୍ୟରେ ଦକ୍ଷ

ଯଦି ପତ୍ନୀ ଭୋଜନ ତିଆରି କରିବାରେ, ସଫା ସୁତୁରା, ଘର ସଜାସଜି, ପୋଷାକ, ବାସନ ଆଦି ସଫା କରିବା, ପିଲାମାନଙ୍କର ଦାଇତ୍ଵ, ଅତିଥିଙ୍କର ମାନ ସମ୍ମାନ କରିବା ଓ କମ ସଂଶୋଧନରେ ଗୃହସ୍ତି ଚଳେଇବା ଆଦି ଘରୋଇ କାର୍ଯ୍ୟରେ ଦକ୍ଷ ଅଟେ, ତେବେ ଏପରି ପତ୍ନୀ ତା ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ଅଟେ ଓ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।
୨. ସଭିଙ୍କୁ ଆଦର କରିବା

ଯେଉଁ ପତ୍ନୀ ତା’ର ସ୍ଵାମୀ ଓ ତା’ର ପରିବାରର ସମସ୍ତ ସଦସ୍ୟଙ୍କ ସହ ଆଦରରେ କଥାବାର୍ତ୍ତା କରିଥାଏ ଓ ବଡ ମାନଙ୍କୁ ସମ୍ମାନ ଦେଇଥାଏ, ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।
୩. ସ୍ଵାମୀଙ୍କର ପ୍ରିୟ

ଯେଉଁ ପତ୍ନୀ ତା’ର ସ୍ଵାମୀର ସବୁ କଥାକୁ ଶୁଣିଥାଏ ଓ ମାନିଥାଏ, କେବେ ବି ତା’ର ସ୍ଵାମୀ ଓ ପରିବାର ସାମ୍ନାରେ ଖରାପ କଥା କହି ନଥାଏ ସେହି ପତ୍ନୀ ବହୁତ ଭାଗ୍ୟଶାଳୀ ଅଟେ । ଏହିପରି ପତ୍ନୀ ପାଇଁ ସ୍ଵାମୀ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଏ ।