McDonald’sର ବର୍ଗର ଖାଇ ୪୯ ଜଣ ଅସୁସ୍ଥ, ଜଣେ ମୃତ

ନୂଆଦିଲ୍ଲୀ ୨୩।୧୦; ଆମେରିକାରେ ପ୍ରସିଦ୍ଧ ଫୁଡ୍ ଚେନ୍ ‘ମ୍ୟାକଡୋନାଲ୍ଡ’। ତାହାରି ବର୍ଗର ଖାଇବା ପରେ କାରଣରୁ ଇ.କୋଲି ବ୍ୟାକ୍ଟେରିଆର ସଂକ୍ରମଣ ବ୍ୟାପିଗଲା। ଏହି କାରଣରୁ ୧୦ଟି ରାଜ୍ୟରେ ଅତି କମରେ ୪୯ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଦେଇ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ୧୦ ଜଣଙ୍କୁ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।
କେଉଁଠୁ ଆସିଲା ଏହି ମାମଲା?
ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଏହି ସଂକ୍ରମଣ ହେତୁ କୋଲରାଡୋରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । କିଡନୀ ଜନିତ ସମସ୍ୟା ହେତୁ ଜଣେ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୧୧ ମଧ୍ୟରେ କୋଲରାଡୋ, ଆଇୱା, କାନସାସ୍, ମିସୌରୀ, ମୋଣ୍ଟାନା, ନେବରାସ୍କା, ଓରେଗନ୍, ଉଟାହ, ୱୟୋମିଙ୍ଗ ଏବଂ ୱିସ୍କୋସିନ୍ ଏହି ସଂକ୍ରମଣର ରିପୋର୍ଟ କରାଯାଇଥିଲା। କୋଲରାଡୋରେ ସର୍ବାଧିକ ୨୭ଟି ମାମଲା ରେକର୍ଡ କରାଯାଇଥିଲା । ପରେ ନେବରାସ୍କାରେ ୯ଟି ମାମଲା ରେକର୍ଡ କରାଯାଇଥିଲା
ସଂକ୍ରମିତ ଲୋକମାନେ ଖାଇଥିଲେ ବର୍ଗର
ସିଡିସି ଅନୁଯାୟୀ, ସଂକ୍ରମିତ ହୋଇଥିବା ସମସ୍ତେ ଲୋକମାନେ କହିଥିଲେ ଯେ ସେମାନେ ଅସୁସ୍ଥ ହେବା ପୂର୍ବରୁ ମ୍ୟାକଡୋନାଲ୍ଡର ‘କ୍ୱାର୍ଟର ପାଉଣ୍ଡର ହେମ୍ବର୍ଗର’ ଖାଇଥିଲେ। ଆମେରିକାର କୃଷି, ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ପ୍ରଦୂଷଣ ସହିତ ଜଡିତ ନିର୍ଦ୍ଦିଷ୍ଟ ଉପାଦାନ ଗୁଡିକ ଚିହ୍ନଟ କରାଯାଇ ନାହିଁ କିନ୍ତୁ ଅନୁସନ୍ଧାନକାରୀମାନେ ପିଆଜ ଏବଂ ଗୋମାଂସ ଉପରେ ଧ୍ୟାନ ଦେଉଛନ୍ତି । ଇ କୋଲି ଜୀବାଣୁ ପଶୁମାନଙ୍କର ଅନ୍ତନଳୀରେ ବଢନ୍ତି । ଏହି ସଂକ୍ରମଣ ଜ୍ୱର, ପେଟ କଷ୍ଟ ଏବଂ ରକ୍ତସ୍ରାବ ହୋଇପାରେ। ସିଡିସି ଘୋଷଣା ପରେ ମଙ୍ଗଳବାର ମ୍ୟାକଡୋନାଲ୍ଡଙ୍କ ସେୟାର ନଅ ପ୍ରତିଶତ ହ୍ରାସ ପାଇଛି।