ରାଜ୍ୟ

ବାତ୍ୟା ପାଇଁ ୨୨୧ ଟ୍ରେନ୍ ବାତିଲ

ଭୁବନେଶ୍ୱର,୨୩/୧୦ : ବାତ୍ୟା “ଦାନା’ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲୁଥିବା ୨୨୧ଟି ଟ୍ରେନ୍ ବାତିଲ ହୋଇଛି । ଆସନ୍ତା ୨୩, ୨୪, ୨୫ ଓ ୨୬ ତାରିଖରେ ଏହି ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ମଙ୍ଗଳବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ ତାରିଖରେ ବାତିଲ ଟ୍ରେନ୍ ଭିତରେ ରହିଛି କାମାକ୍ଷା-ବେଙ୍ଗାଲୁରୁ, ନୂଆଦିଲ୍ଲୀ ଭୁବନେଶ୍ୱର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିଲଚର-ସିକନ୍ଦରାବାଦ, ସିକନ୍ଦରାବାଦ- ଭୁବନେଶ୍ୱର, ଦିବ୍ରୁଗଡ-କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ପୁଡୁଚେରୀ-ହାଓଡା ଟ୍ରେନ୍ ରହିଛି ।

 

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାଓଡ଼ା-ଭୁବନେଶ୍ୱର, ହାଓଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ଆନନ୍ଦବିହାର-ପୁରୀ, ହାଓଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼ଗପୁର ଭଦ୍ରକ, ଭଦ୍ରକ-କଟକ, ୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର ଖୋର୍ଦ୍ଧା ରୋଡ୍, ଦୀଘା-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ୨୬ରେ ଅହମ୍ମବାଦ-ପୁରୀ, ପୁରୀ-ଗାନ୍ଧିଧାମ, ନିଜାମୁଦ୍ଦିନ-ପୁରୀ, ଜୟନଗର-ପୁରୀ ଏବଂ ୨୭ ତାରିଖରେ ରାମେଶ୍ୱରମ ଭୁବନେଶ୍ୱର ଆଦି ଟ୍ରେନ୍ ବାତିଲ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button