ରାଜ୍ୟ

ରାସ୍ତା ତିଆରି ହେବା ପାଇଁ ହେଉଥିଲା ଖୋଳା, ଦେଖାଗଲା କିଛି ଏମିତି କି ଉଡିଗଲା ସମସ୍ତଙ୍କ ହୋସ

ଆଜିକାଲି ସୋସିଆଲ ମିଡିଆର ଯୁଗ ଅଟେ । ଏଥିପାଇଁ ପ୍ରତ୍ୟେକ ଦିନ ଅନେକ ଖବର ସାମ୍ନାକୁ ଆସିଥାଏ । ଯେଉଁଠି ଯେଉଁ ପ୍ରକାରର ଖବର ହେଉ ନା କାହିଁକି ସାମନାକୁ ଆସିବା ପାଇଁ ଅଧା ମିନିଟର ସମୟ ଲାଗିଥାଏ । କହିରଖୁଛୁ କି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ମହାରାଷ୍ଟ୍ରର ବିଡ ଜିଲ୍ଲାର ଅଟେ, ଯେଉଁଠି ସରକାର ରାସ୍ତା ତିଆରି କରିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ତ ସେତବେଳେ ହେଲା ଯେତବେଳେ ରାସ୍ତା ଖୋଳୁଥିବା ମଜୁରିଆଙ୍କୁ ଏମିତି ଏକ ଦୁର୍ଲଭ ଜିନିଷ ମିଳିଲା ଯାହାକୁ ଦେଖି ସେମାନେ ଚକିତ ହୋଇଗଲେ ।

ଭାରତର ପବିତ୍ର ଭୂମି ସେମିତିରେ ତ ନିଜେ ହିଁ ଏକ ଚମତ୍କାର ଅଟେ । ଯେଉଁଠି ଗୋଟିଏ ପଟରେ ଗଙ୍ଗା ଭଳି ପବିତ୍ର ନଦୀ ବହିଥାଏ ଓ ଦିତୀୟଟି ହିମାଳୟ ପର୍ବତ । ଏତିକି ନୁହେଁ ହିନ୍ଦୁ ହେଉ ବା ମୁସଲମାନ ସବୁ ଧର୍ମକୁ ନେଇ ଦେଶରେ ପ୍ରତ୍ୟେକ ଦିନ ଆସ୍ଥାର ଚମତ୍କାର ଦେଖିବାକୁ ମିଳିଥାଏ । ଏହିଥର ବି କିଛି ଏମିତି ହିଁ ହେଲା ।

ମଜୁରିଆଙ୍କୁ ରାସ୍ତା ଖୋଳିବା ସମୟରେ ଭଗବାନଙ୍କର ଏକ ପ୍ରାଚୀନ ମୂର୍ତି ମିଳିଲା, ଯାହାକୁ ଶହ ଶହ ବର୍ଷର ପୁରୁଣା ମୂର୍ତ୍ତି ବୋଲି କୁହାଯାଉଛି । ମଜୁରିଆ ସେହି ସମୟରେ ଚକିତ ହୋଇ ରହିଗଲେ ଯେତବେଳେ ଗୋଟିଏ କଳା ସାପ ମୂର୍ତିରେ ଆସି ଗୁଡାଇ ହୋଇପଡିଲା । ଏମିତି ହେଲା କି ବିଡ ଜିଲ୍ଲାରେ ରାସ୍ତା ଖୋଳିବା ସମୟରେ ଅମ୍ବେଯୋଗଇରେ ପ୍ରାଚୀନ ମୂର୍ତି ବାହାରିବା ଓ ତା ପାଖରେ କଳା ନାଗର ଉପସ୍ଥିତ ହେବାର ଖବର ଅଳ୍ପ ସମୟରେ ପୁରା ଏରିଆରେ ନିଆଁ ଭଳି ଖେଳିଗଲା ।

 

ଯାହାପରେ ଦେଖୁ ଦେଖୁ ନାଗ ଓ ମୂର୍ତିକୁ ଦେଖିବା ପାଇଁ ଆଖପାଖ ଲୋକଙ୍କର ଭିଡ ଜମିଗଲା, ମୂର୍ତି ମିଳିବା ପରେ ସେଠାରେ ଖୋଳା କାମ ଅଟକାଇ ଦିଆଗଲା । ଖୋଳିବା ସମୟରେ ମୂର୍ତିର ଅଧା ଅଂଶ ଭାଙ୍ଗି ଯାଇଛି ଏବଂ ଅନ୍ୟ ଅଧା ଭାଗକୁ ଖୋଜା ଯାଉଛି । ଏହି ମୂର୍ତିର ଚର୍ଚା ସବୁଆଡେ ଚାଲିଛି । କିଛି ଘଣ୍ଟା ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ।

କୁହାଯାଉଛି କି ଏହି ମୂର୍ତି ଭଗବାନ ସୂର୍ଯ୍ୟଙ୍କର ଅଟେ । ଏହା ପ୍ରଥମ ଥର ନୁହେଁ ଏହି ଏରିଆରେ ଏହି ପ୍ରକାରର ମୂର୍ତି ମିଳିଛି । ଏହି ମୂର୍ତିକୁ ନେଇ ଯେତେବେଳେ ଇତିହାସକାରଙ୍କ ପାଖରୁ ସୂଚନା ନିଆଗଲା ସେତେବେଳେ ସେ କହିଲେ କି ଏହି ମୂର୍ତି ସମ୍ଭବତଃ ୧୧ ଶପ୍ତାବ୍ଧି ସମୟରେ ଯାଦବ ସାମ୍ରାଜ୍ୟର କୌଣସି ଗାଁ ଏଠାରେ ରହୁଥିବେ ।

 

ସେଠାରେ ଅନ୍ୟ ପଟେ ମୂର୍ତି ମିଳିବା ପରେ ଜିଲ୍ଲାର ଆଖପାଖ ଲୋକ ସେଠାକୁ ଆସି ପୂଜାପାଠ କରୁଛନ୍ତି । ଏବେ ବି ସେଠାର ଏସବୁ ଜିନିଷକୁ ଦେଖୁବାକୁ ଆସୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହି ମୂର୍ତି ସମ୍ବନ୍ଧରେ ଭାରତୀୟ ପୁରାତତ୍ଵ ବିଭାଗ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚିନାହିଁ ।

ଲୋକମାନେ କହୁଛନ୍ତି କି ଭାରତୀୟ ପୁରାତତ୍ଵ ବିଭାଗ ଏଠାକୁ ଆସି ଖୋଳନ୍ତୁ । ତାଙ୍କୁ ଏଠାରେ କିଛି ପୁରୁଣା ମୂର୍ତି ମିଳିପାରେ । ଗୋଟିଏ ପଟେ ବୈଜ୍ଞାନିକମାନେ ଏହା ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଚାହୁଁଛନ୍ତି କିନ୍ତୁ ଅନ୍ୟ ପଟେ ଲୋକଙ୍କ ଆସ୍ଥାକୁ ଦେଖି ଏହା ଲାଗୁଛି କି ତାଙ୍କ ଭିତରେ ଭଗବାନଙ୍କୁ ନେଇ କେତେ ଶ୍ରଦ୍ଧା ଅଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button