ରାଜ୍ୟ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ପିଲାଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ

ଞ୍ଜାମ : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଦିନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ କଲେଜ ଅଧକ୍ଷ ସିମାଞ୍ଚଳ ଭୋଳ, ଏବିଇଓ ତଥା ବିଆରସିସି ବିଜୟ ଚନ୍ଦ୍ର ବେହେରା, ନୃତ୍ୟଗୁରୁ ଶିବାଙ୍ଗି ମହାରଣା, ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ଜିଲ୍ଲା ସୁରଭି ସଂଯୋଜକ ସରୋଜ ମୋହନ ପାଳ ପ୍ରମୁଖ ମଞ୍ଚାସିନ ରହିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ପିଲାମାନେ ଏହି କାର୍ଯ୍ୟକ୍ରମ ଦ୍ଵାରା ସେମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ହୋଇପାରିବ ବୋଲି କହିଥିଲେ l ଏହି ଅବସରରେ ସଙ୍ଗୀତ, ଦଳଗତ ନୃତ୍ୟ, ନୃତ୍ୟ, ବକୃତା ଅନ୍ୟାନ ୧୨ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

କ୍ଲଷ୍ଟର ସ୍ତରରେ ଯେଉଁ ମାନେ କୃତି ଅର୍ଜନ କରିଥିଲେ ସେମାନେ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବରେ ଭାଗ ନେଇଥିଲେ। ଏଥିରୁ ଯେଉଁମାନେ କୃତି ଅର୍ଜନ କରିବେ ଜିଲ୍ଲା ସ୍ତରୀୟ ସୁରଭିକୁ ମନୋନୀତ ହେବେ ବୋଲି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ବ୍ଲକର ପ୍ରାୟ 12 ଟି କ୍ଲଷ୍ଟର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ ।ଏହାକୁ ସିଆରସିସି ସଞ୍ଜୟ କୁମାର ତରାଇ,ରବୀନ୍ଦ୍ର କୁମାର ପଣ୍ଡା, ସନ୍ତୋଷ ତ୍ରିପାଠୀ, ସନ୍ତୋଷ ଚୌଧୁରୀ, ରତ୍ନାକର ସେଠି, ନବପାତ୍ର, ସୌମ୍ୟରଞ୍ଜନ ସାହୁ, ସିମାଞ୍ଚଳ ପାଣି, ଅତୀନ୍ଦ୍ରିୟ ପାଟଯୋଶୀ, ଲକ୍ଷ୍ମଣ ସେଠି, ସୁଶାନ୍ତ ତାରାଇ ଓ ଭାଗ୍ୟଳତା ମୂଳି ପ୍ରମୁଖ ପରିଚାଳନା କରିଥିଲେ। ବିଭିନ୍ନ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button