ଦେଶ- ବିଦେଶ
ବାୟୁ ପ୍ରଦୂଷଣ: ଦିଲ୍ଲୀରେ ନିର୍ମାଣ କାମ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ଥିତି ସାଙ୍ଘାତିକ ସ୍ତରରେ ପହଞ୍ଚିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଦ୍ବିତୀୟ ପର୍ଯ୍ୟାୟ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଡିଜେଲ ଜେନେରେଟର ବ୍ୟବହାର ଓ ନିର୍ମାଣ କାମକୁ ନିଷିଦ୍ଧ କରାଯିବ।
ବାୟୁ ମାନକ ସୂଚୀ (ଏକ୍ୟୁଆଇ) ଅତି ନିମ୍ନସ୍ତରକୁ ଚାଲିଗଲେ ଦ୍ବିତୀୟ ପର୍ଯ୍ୟାୟ ଜିଆରପି କାର୍ଯ୍ୟକାରୀ କରାଯାଇଥାଏ। ଏକ୍ୟୁଆଇ ୩୦୧ରୁ ୪୦୦କୁ ଅତି ନିମ୍ନ ଏବଂ ଏକ୍ୟୁଆଇ ୪୦୧ରୁ ୫୦୦ ମଧ୍ୟରେ ରହିଲେ ଏହାକୁ ସାଙ୍ଘାତିକ ବିବେଚନା କରାଯାଇଥାଏ।