ରାଜ୍ୟ

ଖୋଲିଲା ପୁଅ-ବୋହୂଙ୍କ ମୁଖା: ବାପାଙ୍କୁ ମାଡମାରି ହାତ ଗୋଡ଼ ବାନ୍ଧି କରିଥିଲେ ବନ୍ଦୀ

ମାଜ ଡିଜିଟାଲ ଡେସ୍କ: ବାପାଙ୍କ ସେବା କରୁଥିବା ଭିଡିଓ କରି ରିଲ୍ସ କରୁଥିଲା ଓ ତାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ମଧ୍ୟ କରୁଥିଲା ପୁଅ। କିନ୍ତୁ ଏବେ ସାମ୍ନାକୁ ଆସିଛି କରିତକର୍ମା ପୁଅର ଅସଲ ଚେହେରା। ରିଲ୍ସରେ ସେବା ଆଉ ରିୟଲରେ ବାପାଙ୍କୁ ଅତ୍ୟାଚାର। ଏମିତି ଏକ ଦୁଃଖଦ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି କଟକ କାଠଯୋଡି ବିହାର ବସ୍ତିରୁ।

ବାପାଙ୍କୁ ମାଡମାରି ହାତ ଗୋଡ଼ ବାନ୍ଧି ଘରେ ବନ୍ଦୀ କରି ରଖିଥିଲେ ପୁଅ ପ୍ରକାଶ କୁମାର ମହାରଣା ଓ ବୋହୂ କାନନବାଳା ମହାରଣା। ହାତ ଓ ଗୋଡ଼ରେ ଶିକୁଳି ବନ୍ଧା ଯାଇଥିବା ଅବସ୍ଥାରେ କାଠଯୋଡି ବିହାର ବସ୍ତିସ୍ଥିତ ତାଙ୍କ ଘରୁ ଆହତ ବୃଦ୍ଧ ବସନ୍ତ ମହାରଣାଙ୍କୁ ଉଦ୍ଧାର କରିଛି ମର୍କତ ନଗର ଥାନା ପୁଲିସ୍। ବସନ୍ତଙ୍କୁ ଅଖିଆ ଅପିଆ ଘରେ ବାନ୍ଧି ତାଲା ପକେଇ ପୂଜା ଉପଭୋଗ କରିବାକୁ ପଳାଇଥଲେ ପୁଅ ବୋହୂ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବୃଦ୍ଧ ବସନ୍ତ ମହାରଣାଙ୍କୁ ଉଦ୍ଧାର କରିଛି ପୁଲିସ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button