ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲାର ଫୁଲବାଣୀ ସମତେ ବିଭିନ୍ନ ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ଆନନ୍ଦ ଉଲ୍ଳାସର ସହିତ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଭଳି ସ୍ଥଳେ ସାରଙ୍ଗଡ଼଼ ଠାରେ ଆୟୋଜିତ ପୂଜା ଅବସରରେ ଅଞ୍ଚଳର କୁନି କୁନି କଳାକାର ମାନଙ୍କୁ ନେଇ ଏକ ନୃତ୍ୟ ବିଚିତ୍ରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିଥି ଭାବେ ଡ଼, ଅମିତ୍ କୁମାର, ସହଦେବ ପାତ୍ର, ପୀତବାସ ବିଷୋୟୀ, ରାକେଶ କୋଠଦଳେଇ, ରାଜେନ୍ଦ୍ର ତ୍ରିପାଠୀ, ରୋହିତାଶ୍ୱ ନାୟକ, ଅଶୋକ ପାତ୍ର ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠିତ ସଭାରେ କମିଟିର ସଦସ୍ୟ ବନମାଳି ସାହି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସୁସାନ୍ତ ବେହେରା ଅତିଥି ପରିଚୟ ଓ ବାପି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସଦସ୍ୟ ବୁନା ପଣ୍ଡା, ମୁନା ସାହୁ, ରାନୁ ବିଷୋୟୀ, ସାନ୍ତନୁ ସାହୁ, ସୁନିଲ୍ ସାହୁ, ଦିଲିୀପ ସାହୁ, ଅରୁଣ ସାହୁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ।




