ରାଜ୍ୟ

ଦେଖନ୍ତୁ Factory ରେ ଚିନି କିପରି ତିଆରି ହୁଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଚିନି ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ୱେତସାର ଥାଏ । ସାଧାରଣ ଚିନିକୁ ମୋନୋସାଚାରାଇଡ୍ସ ବୋଲି କୁହାଯାଏ । ଏଥିରେ ଗ୍ଲୁକୋଜ ଓ ଫ୍ରିକୋଟଜ ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ ଡିସଆଚରାଇଡ଼ କୁହାଯାଏ । ଏଥିରେ ମାଲଟୋଜ ଓ ଲାକଟୋଜ ଥାଏ । ତେବେ ୨୦୧୧ରେ ସାରା ବିଶ୍ୱରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରାଯାଇଥିଲା ।


ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ । ତେବେ ଆଖୁ ଫସଲ କ୍ଷେତ୍ରଫଳ ଓ ଚିନି ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି  । ଆଖୁ ରସରୁ ଚିନି, ଗୁଡ, ଖଣ୍ଡସାରୀ  ଇତ୍ୟାଦି ସୁମିଷ୍ଠ ପଦାର୍ଥ ତିଆରି ହୁଏ  । ଗୁଡରୁ ଏବଂ ଏହା ଛଦା ଅଂଶରୁ ସ୍ପିରିଟ ଇଥାଇଲ୍, ମିଥାଇଲ୍ ସୁରାସାର, ଆଲକହଲ, ରମ୍, ସାଇଟ୍ରିକ ଅମ୍ଳ ପ୍ରଭୃତି ତିଆରି କରାଯାଏ ।


ତେବେ ପ୍ରଥମେ ଚାଷୀ ନିଜ ଆଖୁକୁ ଟ୍ରକ କିମ୍ବା ଟ୍ରାକ୍ଟର ସାହାର୍ଯ୍ୟ ଚିନି କଳ କୁ ପଠାଇ ଥାଏ ତେବେ ସେଠାରେ ଏହି ଆଖୁକୁ ଛୋଟ ଛୋଟ କରି କାଟି ଦିଆ ଯାଇଥାଏ ଏବଂ କେମିକାଲ ପାଣିରୁ ଧୁଆ ହୋଇଥାଏ ଏବଂ ମେସିନ ଭିତରେ ପୁରାଇ ସେଥିରୁ ତାର ରସ କୁ ବାହାର କରାଯାଇ ଥାଏ । ତେବେ ସେହି ରସ ବାହାରି ସାରିଲା ପରେ ଏହାକୁ ଲ୍ୟାବରେ ଟେଷ୍ଟ କରାଯାଇ ଥାଏ ଯଦି ସବୁକିଛି ଠିକ ହୁଏ

ତେବେ ଏହାକୁ ବଡ଼ ମେସିନ ସାହାଯ୍ୟ ରେ ଫୁଟା ଯାଇଥାଏ ତେବେ ପରେ ଏଥିରୁ ଖରାପ କିମ୍ବା ୱେଷ୍ଟ ପଦାର୍ଥ କୁ ଇନ୍ଧନ ରୂପରେ ବ୍ୟବହାର କରାଯାଇଥାଏ । ତେବେ ଏହି ରସ କୁ ଆଉ ଏକ ମେସିନ ରେ ରଖାଯାଇ ଥାଏ ଏବଂ ଦୁଇ ଘଂଟା ପର୍ଯ୍ୟନ୍ତ ବୁଲା ଯାଇଥାଏ ଯେ ପର୍ଯ୍ୟନ୍ତ ସେ ଗାଢ଼ ହୋଇ ନାହିଁ ତେବେ ଏହାକୁ ଧଳା କରିବା ପାଇଁ ଚୁନ ଏବଂ ସୁକ୍ରୋଜ ବ୍ୟବହାର କରାଯାଇଥାଏ

ତେବେ ଚିନି ହୋଇଲା ପରେ ଛଣା ସାହାଯ୍ୟ ରେ ଏହାକୁ ଅଲଗା କରାଯାଏ ଏବଂ ପରେ ବଡ଼ ବଡ଼ ବସ୍ତା ରେ ଏହାକୁ ବଜାର କୁ ପଠା ଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button