ଦେଶ- ବିଦେଶ

ସ୍ନାନ କରୁଥିବା ମହିଳା ଠାରୁ ଆରମ୍ଭ କରି କଳା ବିଲେଇ ପର୍ଯ୍ୟନ୍ତ, ମୃତ୍ୟୁର ସଂକେତ ଦେଇଥାଏ ଏହି ପାଞ୍ଚ ଗୋଟି ସଂକେତ। ଜାଣନ୍ତୁ ଏହି ଅଘଟଣରୁ ମୁକ୍ତି ପାଇବାର ଉପାୟ।

ସ୍ୱପ୍ନର ଦୁନିଆ ବହୁତ ରହସ୍ୟମୟ ଅଟେ। ଆମେ ଆଖି ବନ୍ଦ କରିବା ମାତ୍ରେ ଆମେ ସ୍ୱପ୍ନର ଦୁନିଆ ଭିତରକୁ ପ୍ରବେଶ କରିଥାଉ। କିଛି ସ୍ବପ୍ନ ଭଲ ହୋଇଥାଏ, ତ ଆଉକିଛି ସ୍ବପ୍ନ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଆଉକିଛି ସ୍ବପ୍ନ ବହୁତ ଅଦ୍ଭୁତ ଓ ଅର୍ଥହୀନ ହୋଇଥାଏ।ବେଳେବେଳେ ମନକୁ ଆସିଥାଏ କି, କଣ ସ୍ବପ୍ନ ଗୁଡ଼ିକ ଆସୁଥିବା ସମୟ ପ୍ରତି ସଚେତନ କରାଇ ଥାଏ କି? ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସ୍ବପ୍ନ ଶାସ୍ତ୍ର ଅନୁସାରେ କିଛି ଏଭଳି ସ୍ବପ୍ନ ରହିଛି ଯାହାର କିଛି ନା କିଛି ଅର୍ଥ ରହିଥାଏ। ଏହା ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ସଂକେତ ଦେଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଭୟଙ୍କର ସ୍ବପ୍ନ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ବ୍ୟକ୍ତିର ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ। ଏହି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ମୃତ୍ୟୁର ଡାକରା ସହିତ ସମାନ ହୋଇଥାଏ।

କଳା ବିଲେଇ:-

ଯଦି ଆପଣ ନିଜ ସ୍ୱପ୍ନରେ କଳା ବିଲେଇ ଦେଖୁଛନ୍ତି, ତାହେଲେ ସତର୍କ ରୁହନ୍ତୁ। ଏହି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କର ଭଲ ଦିନ ସମାପ୍ତ ହେବାକୁ ଯାଉଛି। ଦୁର୍ଭାଗ୍ୟ ଆପଣଙ୍କ ଜୀବନକୁ ପ୍ରବେଶ କରି ସାରିଛି। ଏହାସହିତ ଆପଣଙ୍କ ସହିତ କୌଣସି ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଭଳି ସ୍ବପ୍ନ ଦେଖୁଥିଲେ ନିଶ୍ଚିତ ଭାବରେ କଳା ବିଲେଇକୁ କ୍ଷୀର ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନରୁ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

କଳା କାଉ :-

ସ୍ୱପ୍ନରେ କଳା କାଉ ଦେଖିବା ଅତ୍ୟନ୍ତ ଅଶୁଭ ଅଟେ। ଏହି ସ୍ବପ୍ନ ଦେଖିବାର ଅର୍ଥ ଦୁର୍ଭାଗ୍ୟ ଆପଣଙ୍କ ପଛରେ ଲାଗି ରହିଛି। ବ୍ୟବସାୟରେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ସ୍ୱପ୍ନରେ ଯଦି କାଉ ଆପଣଙ୍କୁ ଖୁମ୍ପି ଦେଇଥାଏ, ତାହେଲେ ବୁଝି ନିଅନ୍ତୁ କି ଏହା ମୃତ୍ୟୁର ସଂକେତ ଅଟେ। ଏଭଳି ପରିସ୍ଥିତିରେ ଆପଣ ଘରକୁ ଆସୁଥିବା କାଉକୁ ଚାଉଳ ଖାଇବାକୁ ଦିଅନ୍ତୁ, ଦେଖିବେ ଖୁବ୍ ଶୀଘ୍ର ବିପଦ ଟଳି ଯିବ।

କଳା ଛାଇ :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ କଳା ଛାଇ ଦେଖିବା ବହୁତ ଅଶୁଭ ଅଟେ। ଏହି ସ୍ବପ୍ନ ମୃତ୍ୟୁ, ଅସହ୍ୟ, ଅସ୍ବୀକାର, ରହସ୍ୟ, ଅନ୍ଧକାର, ଆରୋପ, ଜେଲ ଦଣ୍ଡ ମିଳିବା, ଦ୍ୱେଷର ସଂକେତ ଦେଇଥାଏ। ଏହି ସ୍ୱପ୍ନର ସିଧାସଳଖ ଅର୍ଥ ହେଉଛି, ଆପଣଙ୍କ ସହିତ କୌଣସି ଅପ୍ରିୟ ଘଟଣା ଘଟି ପାରେ। ଏହି ସଙ୍କଟକୁ ଦୂର କରିବା ପାଇଁ ଆପଣ ଶନିବାର ଦିନ ଭଗବାନ ଶନିଙ୍କ ମନ୍ଦିର ଯାଇ କଳା ତିଳର ତେଲ ଅର୍ପଣ କରିବା ଉଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button