ଦେଶ- ବିଦେଶ

ସାପ ଓ ନେଉଳର ଏହି 2ଟି କଥା ଜାଣିଲେ ଗରିବୀ ଆପଣଙ୍କ ପାଖ ମାଡ଼ିବନି,ଆସିବ ଅନେକ ଆଡ଼ୁ ଅନେକ ଧନ !

ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବାକୁ ଯାଉଛୁ ତାହା ଆପଣଙ୍କ ଜ୍ଞାନ ବଢେଇବା ସହ ଆପଣଙ୍କ ଜୀବନରେ ଧନର ମଧ୍ୟ ଆଗମନ କରାଇବ | ଏହି କାହାଣୀ ହେଉଛି ସାପ ଏବଂ ନେଉଳର ଆପଣମାନେ ତ ଆଗରୁ ମଧ୍ୟ ସାପ ଏବଂ ନେଉଳଙ୍କର ଅନେକ କାହାଣୀ ଶୁଣିଥିବେ କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବାକୁ ଯାଉଛୁ ତାହା ବହୁତ ପ୍ରେରଣା ଦାୟୀ କାହାଣୀ ଅଟେ |

ଅନେକ ବର୍ଷ ତଳର କଥା ଗୋଟେ ଗ୍ରାମରେ ଜଣେ ବ୍ରାହ୍ମଣ ଏବଂ ତାଙ୍କ ସ୍ତ୍ରୀ ରହୁଥିଲେ | ତାଙ୍କର ଜୀବନରେ ବହୁତ ଖୁସି ମଧ୍ୟ ଥିଲା | ଆଉ ଆଖ ପାଖରେ ଅନେକ ପ୍ରକାରର ଧାର୍ମିକ ଲୋକ ଥିବା କାରଣରୁ ତାଙ୍କର ଗୁଜୁରାଣ ମଧ୍ୟ ଭଲ ରେ ହେଇଯାଉଥିଲା | ଉଭୟଙ୍କ ଜୀବନରେ କୋୖଣସି ପ୍ରକାରର ସମସ୍ୟା ନଥିଲା ଏବଂ ଉଭୟ ଅତି ସୁନ୍ଦର ଜୀବନ ଅତିବାହିତ କରୁଥିଲେ | କିଛି ଦିନ ପାରେ ସେହି ପଣ୍ଡିତଙ୍କର ଏକ ପୁତ୍ର ସନ୍ତାନ ଜାତ ହେଲା | ଏବଂ ପଣ୍ଡିତଙ୍କ ଘରେ ଖୁସିର ମାହୋଲ ବନିଗଲା | ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପୁତ୍ର ସନ୍ତାନର ଆବଶ୍ୟକ ଥିଲା ଏବଂ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଥିଲେ | ପଣ୍ଡିତ ନିଜ ପୁଅକୁ ବହୁତ ଭଲପାନ୍ତି ତାକୁ କୋୖଣସି ବି ଜିନିଷର କମି ହେବାକୁ ଦିଅନ୍ତି ନାହିଁ |

ଏମିତିରେ ପଣ୍ଡିତ ଭାବିଲେ ମୋ ପୁଅ ଏବେ ବହୁତ ଛୋଟ ଅଛି ତାକୁ ଗୋଟେ ଏମିତି ସଙ୍ଗର ଆବଶ୍ୟକ ଅଛି ଯିଏ ସବୁସମୟରେ ତା ପାଖେ ରହିପାରୁଥିବ ଏବଂ ତା ସହ ଖେଳୁଥିବ ଆଉ ଦରକାର ପଡ଼ିଲେ ତାର ରକ୍ଷା ମଧ୍ୟ କରିପାରୁଥିବ | ସେ ଭାବିଲେ ପୋଷା ଜନ୍ତୁ ବହୁତ ବିଶ୍ୱସ୍ତ ହୋଇଥନ୍ତା | ଏବଂ ଯଦି ମତେ ଏମିତି ଏକ ପଶୁ ମିଳିଯାନ୍ତା ତେବେ ବହୁତ ଭଲ ହୁଅନ୍ତା | ଏବଂ ସେ ଏମିତି ଏକ ପଶୁର ସନ୍ଧାନରେ ଲାଗିପଡିଲେ ଯିଏ ତାଙ୍କ ପୁଅର ସାଥୀ ହୋଇପାରିବ | ଏଥିପାଇଁ ସେ ବଡ଼ ସହରକୁ ଗଲେ ସେଠାରେ ବଡ଼ ବଡ଼ କୁକୁର ମଧ୍ୟ ଦେଖିଲେ ଏବଂ ଏହା ଭାବିଲେ ଯେ ଏହି କୁକୁରଙ୍କ ଦ୍ୱାରା ତାଙ୍କ ପୁଅର କ୍ଷତି ମଧ୍ୟ ହୋଇପାରେ |

ସେ ଭାବିଲେ ମୁଁ ଗୋଟେ ଛୋଟ ପଶୁ ନେଇଯିବି | ସେଥିପାଇଁ ସେ ବହୁତ ଗୁଡ଼େ ବିଲେଇ ଦେଖିଲେ ଅନେକ ଠେକୁଆ ମଧ୍ୟ ଦେଖିଲେ ହେଲେ ସେ କାହାରିକୁ ବି ଘରକୁ ଆଣିକି ଆସିଲେ ନାହିଁ | ଭାବିଲେ ଏମାନେ ଖେଳିବା ପର୍ଯ୍ୟନ୍ତ ତ ଠିକ ଅଛି ହେଲେ ଏମାନେ ତାର ରକ୍ଷା କରିପାରିବେ ନାହିଁ | ଏମିତି ସେ ଅନେକ ପ୍ରାଣୀ ଦେଖିଦେଲେ କିନ୍ତୁ ତାଙ୍କୁ. କେହିବି ପସନ୍ଦ ଆସିଲେ ନାହିଁ | ଆସିଲା ବେଳେ ସେ ଏକ ମଦାରୀର ଖେଳ ଦେଖିଲେ ଯେଉଁଥିରେ ମଦାରୀ ପାଖରେ 2ଟି ନେଉଳ ଥିଲେ ଓ ଯେଉଁ ନେଉଳ ମଦାରୀର ପ୍ରତ୍ୟେକ କଥା ମାନୁଥିଲେ |

ପଣ୍ଡିତ ତାଙ୍କୁ ଦେଖି ସେଇ ମଦିରାକୁ ଏହା କହିଲେ ଯେ ଆପଣଙ୍କ ପାଖରେ ତ 2ଟି ବଡ଼ ଏବଂ ବୁଦ୍ଧିମାନ ନେଉଳ ଅଛନ୍ତି ଯଦି ଆପଣ ସେଇଥିରୁ ମତେ ଗୋଟେ ଦିଅନ୍ତି ମୁଁ ଆପଣଙ୍କ ପାଖରେ ଉପକୃତ ରୁହନ୍ତି | ଏବଂ ଏହାର ମୂଲ୍ୟ ଯାହା ହେବ ମୁଁ ଦେବାକୁ ପ୍ରସ୍ତୁତ ଅଛି | ଏହା ପାରେ ମଦାରୀ ପଣ୍ଡିତଙ୍କୁ ଏକ ନେଉଳ ଦେଇଦେଲା ଯିଏ କି ବହୁତ ବୁଦ୍ଧିମାନ ଥିଲା |

ସେ ଘରକୁ ଆସିଲା ନେଇକି ସେଇ ନେଉଳକୁ | ଏବଂ କ୍ରମଶଃ ସେଇ ନେଉଳ ଏବଂ ପଣ୍ଡିତଙ୍କ ପୁଅଙ୍କ ମଧ୍ୟରେ ଭଲ ସମ୍ପର୍କ ହେବାରେ ଲାଗିଲା | ପଣ୍ଡିତ ନେଉଳର ମଧ୍ୟ ଭଲରେ ଯତ୍ନ ନେଉଥାଏ | କିନ୍ତୁ ପଣ୍ଡିତଙ୍କ ସ୍ତ୍ରୀ ନେଉଳକୁ ଜମା ବି ପସନ୍ଦ କରୁନଥିଲେ | ସେ ସବୁବେଳେ ଏହି ଭୟରେ ରହୁଥିଲେ ଯେ କାଳେ ସେ ନେଉଳ ତାଙ୍କ ପୁଅର କିଛି କ୍ଷତି କରିନଦଉ | କିନ୍ତୁ ପଣ୍ଡିତ ନିଜ ପୁଅକୁ ଏବଂ ନେଉଳକୁ ସମାନ ରୂପେ ପ୍ରେମ କରୁଥିଲା |

ଏମିତିରେ ଦିନେ ସେଇ ପଣ୍ଡିତଙ୍କ ସ୍ତ୍ରୀ କିଛି ଜିନିଷ କିଣିବା ପାଇଁ ବଜାରକୁ ଗଲେ ଗଲା ବେଳେ କହିକି ଯାଇଥିଲେ ପଣ୍ଡିତଙ୍କୁ କି ପୁଅ ସୋଇଛି ମୁଁ ଯାଇକି ଆସିବା ଯାଏ ତମେ ପୁଅର ଯତ୍ନ ନେବ | ଏହା କହି ସେ ଚାଲିଗଲେ | ଏବଂ ପଣ୍ଡିତ ମଧ୍ୟ ଘରେ ରହି ପୁଅର ଯତ୍ନ ନେଉଥିଲେ | କିନ୍ତୁ ସେଇ ସମୟରେ ହିଁ କିଛି ଲୋକ ଅଛି ପଣ୍ଡିତଙ୍କ ସହ କଥା ହେବା ପାଇଁ ତାଙ୍କୁ ବାହାରକୁ ଡାକିଲେ ଏବେ ତାଙ୍କ ସହ କିଛି ହେଇ ତାଙ୍କୁ ନିଜ ସାଥିରେ ଯିବାକୁ ଅନୁରୋଧ କଲେ | ଏବଂ ପଣ୍ଡିତ ନେଉଳକୁ କହିକି ଗଲେ ତୁ ତୋ ସାନ ଭାଇର ଯତ୍ନ ନେ ମୁଁ ଆସୁଛି | ଏହା ପାରେ ପଣ୍ଡିତ ମଧ୍ୟ ପଳେଇଲେ ଏବଂ ନେଉଳ ପୁଅକୁ ଜଗି ଘରର ବାହାରେ ବସି ରହିଲା |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button