ଦେଶ- ବିଦେଶ

ଦୀପ ଜାଳିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ । ନଚେତ ଘରୁ ଚାଲି ଯାଆନ୍ତି ମାତା ଲକ୍ଷ୍ମୀ ଏବଂ ଅଟକି ଯାଏ ଉନ୍ନତି,ମହିଳାମାନେ ନିଶ୍ଚିତ ଜାଣି ରଖନ୍ତୁ

ସର୍ବପ୍ରଥମେ ସମସ୍ତେ ଏହା ଜାଣି ରଖିବା ଉଚିତ ଯେ ଘରେ ପ୍ରତ୍ୟେକ ଦିନ ଦୀପ ଜାଳିବା ଉଚିତ । ଯଦି ଆପଣ ଦୀପ ନଜାଳନ୍ତି ତେବେ ଘରେ ନକରାତ୍ମକତା ବୃଦ୍ଧି ପାଏ ଏବଂ ସମସ୍ୟା ବଢ଼ିଥାଏ । ଏହାଦ୍ବାରା ଘରର ମୁରବୀଙ୍କ ଉପରେ ସବୁବେଳେ ସମସ୍ୟା ଦେଖା ଦେଇଥାଏ । ହିନ୍ଦୁ ଧର୍ମରେ ସନ୍ଧ୍ୟା ସମୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି । ଯେଉଁ ଘରେ ସନ୍ଧ୍ୟା ସମୟରେ ଘିଅ ଦୀପ କିମ୍ବା ତେଲ ଦୀପ ପ୍ରଜ୍ଜ୍ଵଳିତ ହୁଏ ନାହିଁ ସେହି ଘରର ସନ୍ତାନ ବଡ଼ ଲୋକଙ୍କ ଉପରେ ସମ୍ମାନ ଦେଖାନ୍ତି ନାହିଁ ।

ଏହାବ୍ୟତୀତ ଘରେ ଅନ୍ୟାନ୍ୟ ସମସ୍ୟା ପରିଲକ୍ଷିତ ହୋଇଥାଏ । ଅନେକ ଲୋକ ଏହି ସମସ୍ୟା ଜାଣିବି ସୁଦ୍ଧା ତାହାକୁ ଅଣଦେଖା କରନ୍ତି । ଯାହାଦ୍ୱାରା ସମସ୍ୟା ଆହୁରି ବଢ଼ି ଥାଏ । ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଘିଅ କିମ୍ବା ତେଲ ଦୀପ ଜାଳିବା ନିତାନ୍ତ ଜରୁରୀ ଅଟେ ।

ସୂର୍ଯ୍ୟ ଅସ୍ତ ଯିବା ପରେ କିମ୍ବା ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତି ପ୍ରବଳ ହୋଇଥାଏ । ଯାହାର ଖରାପ ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ । ତେଣୁ ସନ୍ଧ୍ୟା ସମୟରେ ହାତ ଗୋଡ଼ ଧୋଇ ଦୀପ ଜାଳିବା ଉଚିତ । ଯେଉଁ ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିଥାଏ ତାହା ମଧ୍ୟ ଘରେ ଅଧିକ ନକରାତ୍ମକ ଥିବାର ସଙ୍କେତ ଅଟେ । ଯଦି ଘରେ ନକରାତ୍ମକତା ରହିଛି ତେବେ ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଘିଅ ଦୀପ , ସୋରିଷ ତେଲ ଦୀପ କିମ୍ବା ତିଳରେ ମଧ୍ୟ ଦୀପ ଜାଳି ପାରିବେ ।

 

ଚାକିରୀ କିମ୍ବା ବ୍ୟବସାୟ ଜନିତ ସମସ୍ୟା ଥିଲେ ସନ୍ଧ୍ୟା ସମୟରେ ଉତ୍ତର ଦିଗରେ ଘିଅ ଦୀପ ଜାଳିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ମାତ୍ର ଏହି ଉପାୟକୁ ପ୍ରତ୍ୟେକ ଦିନ କରିବା ଦ୍ୱାରା ହିଁ ଏହାର ଫଳ ପ୍ରାପ୍ତ ହୋଇଥାଏ । କହିରଖିବୁ ଯେ ସାଧାରଣତଃ ଘିଅ ଦୀପ କିମ୍ବା ତେଲ ଦୀପ ଜାଳିବା ଦ୍ୱାରା ସେଥିରୁ ବାହାରୁଥିବା ଦୀପ ଶିଖା କିମ୍ବା ଧୂଆଁ ସକାରାତ୍ମକ ହୋଇଥାଏ ଯାହାକି ଘରୁ ନକରାତ୍ମକ ଶକ୍ତିକୁ ବାହାର କରିଥାଏ ।

ଘରର ପୂଜାଘରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖା ଯାଇଥାଏ । ଯାହାଦ୍ୱାରା ବିଭିନ୍ନ ଉପାୟରେ ବିଭିନ୍ନ ଦେବଦେବୀଙ୍କୁ ପୂଜା କରି କିଛି ପାଇବାର ଉପାୟ କରାଯାଇ ଥାଏ । ମାତ୍ର ପୂଜା ଘରେ ଏହି ଦୁଇ ପ୍ରକାର ମୂର୍ତ୍ତି ଆଃ ସାଥିରେ ରହିଲେ ରାଜଯୋଗ ସୃଷ୍ଟି ହୋଇଥାଏ । ସେହି ଯୁଗଳ ମୂର୍ତ୍ତି ମନୁଷ୍ୟକୁ ଅତ୍ୟନ୍ତ ଭାଗ୍ୟଶାଳୀ ବନାଇ ଥାଏ । ଯଦି ଆପଣ ପୂଜାଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ସହିତ ଶ୍ରୀରାଧାଙ୍କ ସୁଲଭ ମୂର୍ତ୍ତି ମଧ୍ୟ ରଖନ୍ତୁ ।

ତେଣୁ ଏହି ଯୁଗଳ ମୂର୍ତ୍ତି ରଖିଲେ ଘରେ କଳହ କ୍ଳେଶ ଦେଖା ଦିଏନାହିଁ ଏବଂ ଘରେ ଆର୍ଥିକ ବୃଦ୍ଧି ମଧ୍ୟ ହୋଇଥାଏ । ଯଦି ଆପଣ ପୂଜାଘରେ ମାତା ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କ ସହିତ ବିଷ୍ଣୁଙ୍କୁ ମିଳିତ ଭାବରେ ପୂଜା କରନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ରହିବ ନାହିଁ । ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱରଙ୍କର ମିଳିତ ଭାବରେ ପୂଜା କଲେ ଜୀବନର ସବୁ ସୁଖ ସୁବିଧା ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି କେବଳ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଅଛି ତେବେ ବାମ ପାଖରେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖି ପୂଜା କରିବା ଉଚିତ ।

 

Related Articles

Leave a Reply

Your email address will not be published. Required fields are marked *

Back to top button