ଅତ୍ୟନ୍ତ ଖାସ୍ ହୋଇଥାଏ B ନାମ ଥିବା ଯୁବତୀ, ଜାଣନ୍ତୁ ଏମାନଙ୍କ ସହିତ ଜଡ଼ିତ କିଛି ଖାସ୍ ରହସ୍ୟ ଏବଂ ରୋମାଞ୍ଚକ କଥା।
କୌଣସି ବ୍ୟକ୍ତିର ପ୍ରଥମ ଅକ୍ଷର ତାଙ୍କର ପସନ୍ଦ , ନାପସନ୍ଦ, ସ୍ଵଭାବ, ବ୍ୟବହାର, ଚାଲିଚଳନକୁ ଦର୍ଶାଇ ଥାଏ। କହିବାକୁ ଗଲେ ଇଂରାଜୀରେ B ଅକ୍ଷର ଏବଂ ଓଡ଼ିଆରେ ବ ଅକ୍ଷରରୁ ଆରମ୍ଭ ହେଉଥିବା ଯୁବତୀ ଅଧିକ ଭାବୁକ ହୋଇଥାନ୍ତି। କିନ୍ତୁ ଲୋକଙ୍କ ହୃଦୟ ଜିଣିବାରେ ଏମାନେ ସଫଳ ରହିଥାନ୍ତି। ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାରରେ –
Google
ପ୍ରକୃତି ପ୍ରେମୀ –
ଏହି ଅକ୍ଷର ଥିବା ଯୁବତୀଙ୍କୁ ପ୍ରକୃତି ଉପରେ ଅଧିକ ପ୍ରେମ ରହିଥାଏ। ଏମାନେ ବାହାରକୁ ଭ୍ରମଣରେ ଯିବାକୁ ପସନ୍ଦ କରନ୍ତି। ଏମାନେ ପ୍ରକୃତିକୁ ଅତ୍ୟନ୍ତ ଭଲ ପାଇଥାନ୍ତି। ଏମାନେ ସେହି ପାର୍ଟନରଙ୍କୁ ଖୋଜି ଥାନ୍ତି, ଯିଏ ତାଙ୍କୁ ଅଲଗା ସ୍ଥାନକୁ ଭ୍ରମଣରେ ନେଇ ଯିବେ।
ସ୍ଵାଭାବିକ –
ଏହି ଯୁବତୀ କୌଣସି ଚାପରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରି ନଥାନ୍ତି। ଏମାନଙ୍କୁ ନିଜ ଜୀବନ ନିଜ ହିସାବରେ ଅତିବାହିତ କରିବା ପାଇଁ ଭଲ ଲାଗିବ। ଯେଉଁ କଥା ପସନ୍ଦ ଆସି ନଥାଏ, ତାହାକୁ ଏମାନେ ଅଣଦେଖା କରି ଥାଆନ୍ତି। ଏମାନଙ୍କୁ କ୍ରୋଧ ଆସିଲେ ପିତାମାତାଙ୍କୁ ମଧ୍ୟ ଅଣଦେଖା କରନ୍ତି। ଛୋଟ ଛୋଟ କଥାରେ ଏମାନେ ବିବାଦ କରିବା ପାଇଁ ପସନ୍ଦ କରନ୍ତି ନାହିଁ।
ସାହାଯ୍ୟ କରୁଥିବା –
ଏହି ଯୁବତୀ ମାନଙ୍କୁ ଅନ୍ୟମାନଙ୍କୁ ସହଯୋଗ କରିବା ପାଇଁ ଭଲ ଲାଗିଥାଏ। ଏଥିପାଇଁ ସମାଜରେ ଏମାନଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ। ଯଦି କାହା ସହିତ କିଛି ଭୁଲ ହେଉଛି ଏମାନେ ସର୍ବଦା ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି। ଏହି ବ୍ୟବହାର ପାଇଁ ଏମାନେ ଲୋକଙ୍କ ହୃଦୟ ଜିତି ନେଇ ଥାନ୍ତି।
ହୃଦୟ ଜିତିବାରେ ମାହିର –
B ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଝିଅମାନେ ଜିଦଖୋର ହୋଇଥାନ୍ତି । ଏମାନଙ୍କ ସହିତ କୌଣସି କଥାକୁ ନେଇ କେହି ଜିତି ପାରିବେ ନାହିଁ। ଏମାନଙ୍କ ଗୁଣରୁ ଲୋକେ ଆକର୍ଷିତ ହୋଇଥାନ୍ତି।