ଦେଶ- ବିଦେଶ

ବଜାରରେ ନୂଆ ଟାଟା କର୍ଭ

ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ବଜାର ପ୍ରବେଶ କରିଛି ଟାଟା କମ୍ପାନିର ନୂଆ ଏସ୍ୟୁଭି ଟାଟା କର୍ଭ। ଟାଟା କର୍ଭ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ୍ ସହ ଉପଲବ୍ଧ। ପେଟ୍ରୋଲ୍ ଭାରିଅାଣ୍ଟ୍ର ମୂଲ୍ୟ ରହିଛି ୯.୯୯ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ଏବଂ ଡିଜେଲ୍ ବେସ୍ ଭାରିଅାଣ୍ଟ୍ର ମୂଲ୍ୟ ରହିଛି ୧୧.୪୯ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍)।

ଏହା ପ୍ରାରମ୍ଭିକ ମୂଲ୍ୟ ଏବଂ ନଭେମ୍ବର ମାସରେ ଏହାର ମୂଲ୍ୟ ବୃଦ୍ଧି କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି କାର୍ ୮ଟି ଭାରିଆଣ୍ଟ ଓ ୬ଟି ରଙ୍ଗରେ ଉପଲବ୍ଧ। ୧୧୯୯ ସିସିର ପେଟ୍ରୋଲ୍ ଚାଳିତ ଇଞ୍ଜିନ୍ ଏବଂ ୧୪୯୭ ସିସିର ଡିଜେଲ୍ ଚାଳିତ ଇଞ୍ଜିନ୍ର ତେଲ ଧାରଣ କ୍ଷମତା ହେଉଛି ୪୪ ଲିଟର୍। ଏଥିରେ ଇକୋ, ସିଟି ଓ ସ୍ପୋର୍ଟସ୍ ପରି ତିନି ପ୍ରକାରର ଡ୍ରାଇଭ୍ ମୋଡ୍ ରହିଛି।

ଏହାସହିତ ୧୨.୩ ଇଞ୍ଚ୍ର ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍, ଆପଲ୍ କାର୍ପ୍ଲେ, ଆଣ୍ଡ୍ରଏଡ୍ ଅଟୋ, ୯ଟି ସ୍ପିକର୍ ସହ ଜେବିଏଲ୍ ଅଡିଓ ସିଷ୍ଟମ୍, ପାନୋରାମିକ୍ ସନ୍ରୁଫ୍, ଅଟୋ କ୍ଲାଇମେଟ୍ କଣ୍ଟ୍ରୋଲ୍, ଆଡିଏସ୍ ଫିଚର୍, ଟାୟାର୍ ପ୍ରେସର୍ ମନିଟରିଂ ସିଷ୍ଟମ୍, ଅଟୋ ପାର୍କ ଲକ୍, ସେଲ୍ଫ୍-ହିଲିଂ ମେକାନିଜ୍ମ, ୬ଟି ଏୟାର୍ ବ୍ୟାଗ୍, ୩ ପଏଣ୍ଟ୍ ସିଟ୍ ବେଲ୍ଟ ୱିଥ୍ ସିଟ୍ବେଲ୍ଟ ରିମାଇଣ୍ଡର୍, ଆଟ୍ଲାସ୍ ଆର୍କଟେକ୍ଚର୍, ରେନ୍ ସେନ୍ସିଂ ୱାଇପର୍, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ୱିଥ୍ ଅଟୋ ହୋଲ୍ଡ, ଟ୍ରାଫିକ୍ ସାଇନ୍ ରିକଗ୍ନିସନ୍ (ଟିଏସ୍ଆର୍), ରିଅର୍ େକାଲିଜନ୍ ୱାର୍ଣ୍ଣିଂ, ଅଟୋମେଟିକ୍ ଇମର୍ଜେନ୍ସି ବ୍ରେକିଂ, ରିଅର୍ କ୍ରସ୍ ଟ୍ରାଫିକ୍ ଆଲର୍ଟ, ଡୋର୍ ଓପନ୍ ଆଲର୍ଟ ଇତ୍ୟାଦି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button