ରାଜ୍ୟ

ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଲେ ଦୁର୍ବୃତ୍ତ

ଶପଲ୍ଲା: କେନ୍ଦୁପତ୍ର ଫଡ଼ିରେ ପଶି ଲୁଟିନେଲେ କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି ଲୁଟେରା। ଏନେଇ ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ।

ସୂଚନା ଅନୁସାରେ ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସାକେଣି କେନ୍ଦୁପତ୍ର ଫଡ଼ିରେ ପହଞ୍ଚିଥିଲେ। ଏହି ସମୟରେ ୮ରୁ ଅଧିକ କର୍ମଚାରୀ ସେଠାରେ କାମ କରୁଥିଲେ। ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରେ ପହଞ୍ଚି ପ୍ରଥମେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।

ତାପରେ ଦୁର୍ବୃତ୍ତମାନେ କେନ୍ଦୁପତ୍ର ଫଡ଼ିରୁ ବସ୍ତା ବସ୍ତା ପତ୍ର, କର୍ମଚାରୀଙ୍କ ୨ଟି ମୋବାଇଲ ଫୋନ, କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଯିବା ପରେ କର୍ମଚାରୀମାନେ ଘଟଣା ସଂପର୍କରେ ନିଜ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କର୍ମଚାରୀ। ପୁଲିସ ଘଟଣାର ତଦନ୍ତ କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button