ରାଜ୍ୟ

ନିରୀହ ଲୋକଙ୍କୁ ଉଠାଉଥିବା ପୁଲିସ୍‌କୁ ପିଟିଲେ ଲୋକେ, ୨ ଗୁରୁତର

କ ପୂର୍ବ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇବାକୁ ଯାଇଥିଲା ପୁଲିସ୍। ମାତ୍ର ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଅନ୍ୟଜଣେ ନିରୀହ ଲୋକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୁଲିସ୍। ଏହାକୁ ନେଇ ମହାଭାରତ ସୃଷ୍ଟି ହୋଇଥିବା ବେଳେ ପୁଲିସ୍ ଉପରେ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ଦୁଇ ଜଣ ପୁଲିସ୍ ଗୁରୁତର ହୋଇଥିବା ବେଳେ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଇଛି ପୁଲିସ୍।

ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧାମନଗର ଥାନାର ASI ଓ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଧାମନଗରରେ ଏକ ଗଣ୍ଡଗୋଳ ଘଟଣା ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରିବା ନିମନ୍ତେ ପୁଲିସ୍ ଆଜି ଚୁଡାକୁଟି ବଜାରରେ ପହଞ୍ଚିଥିଲା। ସେଠାରେ ପୁଲିସ୍ ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଭୁଲବଶଃତ ଆଉ ଜଣଙ୍କୁ ଉଠାଇ ନେଉଥିଲା।

ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ASI ଓ ଅନ୍ୟ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି।

ଖବର ପାଇ ଧାମନଗର ଏସଡିପିଓ ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏଥିସହ ତୁରନ୍ତ ଏଥିରେ ସମ୍ପୃକ୍ତ ଅନ୍ୟମାନେ ଥାନାରେ ଆତ୍ମସମର୍ପଣ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଏସଡିପିଓ ଚେତାବନୀ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button